ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବଲାଙ୍ଗୀର ବନ୍ଦ ଡ଼ାକରା

0

ବଲାଙ୍ଗୀର : ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ସ୍ଥାପନ ଦାବିରେ ୨୪ ରୁ ୩୦ ଯାଏଁ ବନ୍ଦ ଡ଼ାକରା ଦିଆଯାଇଛି। ଜିଲାରେ ଥିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ , ବ୍ୟାଙ୍କ ଏବଂ ବିଦ୍ୟାଳୟ, ମହାବିଦ୍ୟାଳୟକୁ ବନ୍ଦ କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜିଲା ଓକିଲ ସଂଘ ଆହ୍ୱାନ ଦେଇଛି।
ସୂଚନା ଅନୁଯାୟୀ, ସୋମବାର ସକାଳ ୯ଟାରୁ ପିକେଟିଂ କରି ଖୋଲା ଥିବା କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବଲାଙ୍ଗୀର ଜିଲାର ପ୍ରାୟ ୩୦୦ଟି ସଙ୍ଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Leave A Reply