୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

0

ମୟୁରଭଞ୍ଜ : ବିଜେପି ପକ୍ଷରୁ ମୟୁରଭଞ୍ଜ ଜିଲାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଉତ୍ତର ଓଡିଆ ବିଶ୍ବ ବିଦ୍ୟାଳୟକୁ ୟୁପିଏସ୍‌ସି କୋଚିଂ ସେଣ୍ଟରରୁ ବାଦ୍‌ ଦେବା ଓ ମୟୁରଭଞ୍ଜ ଜିଲାରେ ଖାଲି ପଡିଥିବା ୨୨୦ ଡାକ୍ତରୀ ପଦବୀ ପୂରଣ କରିବା ଦାବି​‌​‌ରେ ଏହି ବନ୍ଦ ଡାକରା ଦିଆଯାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମୟୁରଭଞ୍ଜ ଜିଲାକୁ ଉପେକ୍ଷା କରାଯାଉଥିବାର ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ସକାଳୁ ବିଜେପି କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି। ବନ୍ଦ ପାଳନ ଯୋଗୁଁ ୧୮ ଓ ୪୯ ନମ୍ବର ଜାତୀୟ ରାଜପଥରେ ବିଜେପି କର୍ମୀମାନେ ଆନ୍ଦୋଳନ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଏହି ବନ୍ଦ ପାଳନର ପ୍ରଭାବ ବାରିପଦା, ବାଙ୍ଗିରିପୋଷି ସମେତ ଜିଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ ରହିଛି। ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ବନ୍ଦ ରହିଥିବାର ଦେଖିବାକୁ ମିଳିଛି।

Leave A Reply