କୋକସରା ବ୍ଲକକୁ ମରୁଡ଼ି ଘୋଷଣା ଦାବିରେ ରାସ୍ତାରେ ବସିଲେ ଚାଷୀ

0

ଧର୍ମଗଡ଼ : ଧର୍ମଗଡ଼ର ୨୬ ନମ୍ବର ଜାତୀୟ ରାଜପଥକୁ ଶତାଧିକ ଚାଷୀ ଅବରୋଧ କରିଛନ୍ତି। ଆମ୍‌ପାଣି ଠାରେ ଭବାନୀପାଟଣା – ଜୟପୁର ରାସ୍ତାକୁ ଚାଷୀ ରୋକିଛନ୍ତି। ସୂଚନା ଅନୁଯାୟୀ, କୋକସରା ବ୍ଲକକୁ ମରୁଡ଼ି ଘୋଷଣା ଦାବିରେ ରାସ୍ତା ଅବରୋଧ କରିଛନ୍ତି। କୋକସରା କୃଷକ ସଚେତନ ମଞ୍ଚ ପକ୍ଷରୁ ଅର୍ଥନୈତିକ ଚକାଜାମ ପାଳନ କରୁଛନ୍ତି। ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି।

Leave A Reply