ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ଦାବିରେ ବଲାଙ୍ଗୀରରେ ଆନ୍ଦୋଳନ ତୀବ୍ର

0

ବଲାଙ୍ଗୀର : ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ଦାବିରେ ବଲାଙ୍ଗୀରରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ସେଥିପାଇଁ ମଙ୍ଗଳବାର ଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ ଏବଂ କୋର୍ଟକୁ ବନ୍ଦ କରିବାକୁ ଜିଲା ଓକିଲ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସୋମବାର ଦିନ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ଦାବିରେ ବଲାଙ୍ଗୀରରେ ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଜିଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିଲା। ବନ୍ଦ ଡାକରା ଫଳରେ ବଲାଙ୍ଗୀର ସହରର ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ନେତା, ଜନତା ଓ ଶ୍ରମିକ ସଙ୍ଗଠନ ଠାରୁ ଆରମ୍ଭ କରି ସାମାଜିକ ଅନୁଷ୍ଠାନଗୁଡିକ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଥିଲେ।

Leave A Reply