ବିଭିନ୍ନ ଦାବି ନେଇ ବେଲପାହାଡରେ ବନ୍ଦ ଡାକରା

0

ଝାରସୁଗୁଡା : ବେଲପାହାଡରେ ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଶୁକ୍ରବାର ଦିନ ସହରବାସୀ ବିଭିନ୍ନ ଦାବି ନେଇ ବନ୍ଦ ଡାକରା ଦେଇଛନ୍ତି। ଏହା ସହିତ ରେଳ ରୋକ କରାଯିବ ବୋଲି ମଞ୍ଚ ପକ୍ଷରୁ ଆହ୍ବାନ ଦିଆଯାଇଛି।

ସୂଚନା ଅନୁଯାୟୀ, ବେଲପାହାଡ଼ ରେଳ ଷ୍ଟେସନ ବହୁ ପୁରାତନ ଅଟେ। କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଏହି ରେଳ ଷ୍ଟେସନରୁ ରାଜସ୍ବ ନେଉଥିବା ବେଳେ ସର୍ବଦା ଏହି ରେଳ ଷ୍ଟେସନକୁ ବୈମାତୃକ ମନୋଭାବ ଦେଖାଇ ଆସିଛନ୍ତି ବୋଲି ବେଲପାହାଡ ବାସୀ ଅଭିଯୋଗ କରିଛନ୍ତି। ଏନେଇ ଗୁରୁବାର ଦିନ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ଡକାଯାଇଥିଲା। କିନ୍ତୁ ନାଗରିକ ମଞ୍ଚର ସମସ୍ତ ଦାବିକୁ ବିଲାସପୁର ଡିଭିଜନରୁ ଆସିଥିବା ଅଧିକାରୀ ମନା କରିଦେଇଥିଲେ। ଆଜି ୬ଦଫା ଦାବି ନେଇ ବେଲପାହାଡ଼ ନାଗରିକ ମଞ୍ଚ ବେଲପାହାଡ଼ ବନ୍ଦ କରିବା ସହିତ ରେଳ ରୋକ କରାଯାଇଛି।

Leave A Reply