କୋଣାର୍କରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା

0

କୋଣାର୍କ : ଶୁକ୍ରବାର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡ଼ାକରା ଦିଆଯାଇଛି। ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ଏହି ବନ୍ଦ ଡ଼ାକରା ପାଳନ କରାଯାଉଛି। ସକାଳ ୬ ଟା ରୁ ସନ୍ଧ୍ୟା ୬ଟା ଯାଏଁ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଫଳରେ କୋଣାର୍କରୁ ବାହାରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋଣାର୍କ – ପୁରୀ, କୋଣାର୍କ – ଭୁବନେଶ୍ୱର, କୋଣାର୍କ – କାକଟପୁରର ରାସ୍ତାକୁ ବିଜେପି କର୍ମୀମାନେ ଅବରୋଧ କରିଛନ୍ତି। ଏହି କାରଣରୁ ସହର ମଧ୍ୟକୁ ଗାଡ଼ି ଆସିପାରୁ ନାହିଁ। ଦୂରଦୂରାନ୍ତରରୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତର ଗିରଫ ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛି।

Leave A Reply