ପ୍ରଧାନମନ୍ତ୍ରୀ ଫସଲବୀମା ଦାବିରେ ଚାଷୀଙ୍କ ରାସ୍ତାରୋକ

0

ରେଢ଼ାଖୋଲ: ୧୮ ବର୍ଷ ଖରିଫ ଋତୁରେ ବର୍ଷାର ଅନିୟମିତତା ଯୋଗୁଁ ଗିରଶ୍ଚନ୍ଦ୍ରପୁର ପଞ୍ଚାୟତ ମରୁଡିର ସମ୍ମୁଖୀନ ହୋଇଥିବା ବେଳେ ପଞ୍ଚାୟତର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଞ୍ଚିତ ହୋଇଥିବା ପ୍ରଶାସନ ନିକଟରେ ଅଭିଯୋଗ  କରିଥିଲେ । ହେଲେ ଅଧ୍ୟାବଧି ପ୍ରଶାସନ ପକ୍ଷରୁ ପଦକ୍ଷେପ ନେଇ ନଥିବାରୁ ଗୁରୁବାର ଅଂଚଳର ଶତାଧିକ ଚାଷୀ ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥକୁ ଅବରୋଧ କରି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । କୃଷକ ସଂଗଠନର ସଭାପତି ବିପିନ ବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଅଂଚଳର ଚାଷୀମାନେ ସକାଳ ୬ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଛନ୍ତି । ଏନେଇ ଖବର ପାଇ ରେଢ଼ାଖୋଲ ଉପଜିଲ୍ଲାପାଳ ବିଶିକେସନ ଦେହୁରୀ,ତହସିଲଦାର ଆଲୋକ ପଟେଲ,ପୁଲିସ ଏସଡିପିଓ ହାଡିବନ୍ଧୁ ସ୍ୱାଇଁ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଏନେଇ ଜିଲ୍ଲା ପ୍ରଶାସନକୁ ଜଣାଇବେ ବୋଲି କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ପ୍ରକାଶ ଥାଉ କି ଏହି ପରିପ୍ରେକ୍ଷୀରେ ଗତ ୨୧ତାରିଖ ଦିନ ପଞ୍ଚାୟତର ଚାଷୀମାନେ ସମ୍ବଲପୁର ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ବିଶିକେସନ ଦେହୁରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ପଞ୍ଚାୟତବାସୀ କେବଳ ଚାଷ ଉପରେ ନିର୍ଭର କରୁଥିବା ବେଳେ ବିଭିନ୍ନ ସମୟରେ ମରୁଡି ପରିସ୍ଥିତ ସୃଷ୍ଟି ହେଉଥିବାରୁ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି । ତେବେ ଏଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନଲେ ଆସନ୍ତା ୩୦ ତାରିଖ ଦିନ ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟ ନିକଟରେ ୫୫ ନଂ ଜାତୀୟ ରାଜପଥକୁ ସକାଳ ୬ଟା ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଅବରୋଧ କରି ଆନ୍ଦୋନଳ କରାଯିବ ବୋଲି ଚେତାବନୀ ଦେଇଥିଲେ ।

Leave A Reply