ଏୟାରଷ୍ଟ୍ରିପକୁ ପୁନଃ କାର୍ଯ୍ୟକ୍ଷମ ଦାବିରେ ରାସ୍ତା ଅବରୋଧ

0

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ରାସଗୋବିନ୍ଦପୁରସ୍ଥିତ ଅମରଦା ଏୟାରଷ୍ଟ୍ରିପକୁ ପୁନଃ କାର୍ଯ୍ୟକ୍ଷମ ଦାବିରେ ରାସ୍ତା ଅବରୋଧ କରାଯାଇଥିବା ଜଣା ପଡିଛି। ତିନୋଟି ସ୍ଥାନରେ ଅଠର ନମ୍ବର ଜାତୀୟ ରାଜପଥର ବାରିପଦାର ମୁର୍ଗବାଡି, ପାଲବଣି ଓ ଦାନ୍ତି ମୁଁହା ଠାରେ ରାସ୍ତା ଅବରୋଧ କରାଯାଇଛି। ରାସ୍ତା ଅବରୋଧ ଯୋଗୁଁ ଶତାଧିକ ବାହାନ ଅଟକି ରହିଛି।

Leave A Reply