ଅଭିନବ ଢଙ୍ଗରେ ଚାଷୀ ଆନ୍ଦୋଳନ

0

ବରଗଡ଼: ମଙ୍ଗଳବାର ଚାଷୀମାନେ ଏକ ଅଭିନବ ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରଦାନରେ ଚାଷୀ ମାନଙ୍କୁ ପ୍ରତାରଣା କରିଥିବା ପ୍ରତିବାଦରେ ବରଗଡ଼ର ଜୟ କିଷାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଘଠନ ସମନ୍ୱୟ ସମିତି ତରଫରୁ ଗଣ ଉପବାସ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ବରଗଡ଼ ଗାନ୍ଧୀ ଛକରେ ଆଜି ହୋଇଥିବା ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ଶତାଧିକ ଚାଷୀ ଉପବାସରେ ବସିଛନ୍ତି । ଏହି କାର୍ୟ୍ୟକ୍ରମ ଆଗାମୀ ୩ ଦିନ ଧରି ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave A Reply