ଖଟଖଟିଆରେ ଭିଜା ଧାନକୁ ନେଇ ଉତ୍ତେଜିତ ଚାଷୀଙ୍କ ରାସ୍ତାରୋକ

କଣ୍ଟାମାଳ: ଦିନେ ନୁହଁ କି ଦି ଦିନ ନୁହଁ ଦୀର୍ଘ ୧୫ ଦିନ ହେଲା ଖରା, ବର୍ଷାରେ ପେକ୍ସ ଆଗରେ ଧାନ ରଖିଥିବା ଚାଷୀଙ୍କ ଧାନ ନେବା ନେଇ କୌଣସି ମିଲର ଆସୁନଥିବା ବେଳେ ମୌସୁମୀ ବର୍ଷାରେ ଧାନ ଓଦା ହୋଇ ଗଜା ହେବା ଦ୍ୱାରା କଣ୍ଟାମାଳବ୍ଳକ ସିମିଳିପଦର ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲ୍ଲା ଯୋଗଣ ବିଭାଗର ଉଦାସୀନତା ଓ ମିଲରଙ୍କ ମନମାନୀକୁ ନେଇ ଗତ କାଲି ଚାଷୀମାନେ ସମିଳିପଦର ସେବା ସମବାୟ ସମିତିରେ ତାଲା ମାରିଥିଲେ। ଆଜି ଶତାଧିକ ଚାଷୀ ଓଦା ଧାନ ଧରି କଣ୍ଟାମାଳ-ମନମୁଣ୍ଡା ୪୧ ନଂ ରାଜ୍ୟ ରାଜପଥର ଖଟଖଟିଆଠାରେ ରାସ୍ତା ରୋକ କରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା। ମୌସୁମୀ ଜନିତ ବର୍ଷା ଲଗି ରହିଥିବା ବେଳେ ଚାଷୀଙ୍କ ରବି ଧାନ ଉଠାଣ ହେଉନଥିବା ହେତୁ ଖରିଫ ଚାଷ ପାଇଁ ଚାଷୀ ପ୍ରସ୍ତୁତ ହୋଇ ପାରୁନଥିବା ହେତୁ ଜିଲ୍ଲା ପ୍ରଶାସନ ସମସ୍ତ ଧାନ ଉଠାଣ ନେଇ ପଦକ୍ଷେପ ନେବାକୁ ଦାବୀ ହେଉଛି।

Comments are closed.