ଠିକା ଶ୍ରମିକ ସଂଘ ପକ୍ଷରୁ ୯ ଦଫା ଦାବି ନେଇ ଆନ୍ଦୋଳନ

0

ଗଂଜାମ: ଗଂଜାମ ସହର ନିକଟ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଠିକା ଶ୍ରମିକ ସଂଘ ପକ୍ଷରୁ ୯ ଦଫା ଦାବି ନେଇ ଏକ ଭିନ୍ନଧରଣର ଆନ୍ଦୋଳନ ପନ୍ଥା ଗ୍ରହଣ କରାଯାଇଛି । ସଂଘର କର୍ମଚାରୀମାନେ ସୋମବାର ସକାଳ ୮ ଟାରେ  କମ୍ପାନୀ ପରିସରରୁ ଚାଲିଚାଲି ଜାତୀୟ ରାଜପଥ ଦେଇ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଛନ୍ତି। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଉପଜିଲାପାଳ ଦେବବ୍ରତ ସାହୁଙ୍କୁ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଭାପତି ଜୟକୃଷ୍ଣ ବାରିକ, ଉପସଭାପତି ଗୋବର୍ଦ୍ଧନ ବେହେରା, ଅଭିମନ୍ୟୁ ବାରିକ, ସଂପାଦକ ସୁନୀଲ କୁମାର ଦାସ, ଉପଦେଷ୍ଟା ନାରାୟଣ ରେଡ୍ଡି, ସହ ସଂପାଦକ ଗୁଣନନିଧି ବେହେରା, ପ୍ରଫୁଲ୍ଲ କୁମାର ଜେନା, ବୃନ୍ଦାବନ ପଲାଇ, ନୀଳକଣ୍ଠ ଦାସ ଏବଂ କୈଳାସ ପଲାଇ ପ୍ରମୁଖଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ଥିଲେ ।

Leave A Reply