ଦେଶକୁ ଶତ୍ରୁ କବଳରୁ ରକ୍ଷା କରୁଥିବା ଯବାନ ପ୍ରକୃତ ନାୟକ : ରାଜକୁମାର ରାଓ

0

ମୁମ୍ବଇ : ରାଷ୍ଟ୍ରୀୟ ପୁରସ୍କାର ବିଜେତା ରାଜକୁମାର ରାଓ ନିଜର ଆଗାମୀ ଚଳଚ୍ଚିତ୍ର ‘ସ୍ତ୍ରୀ’ର ଟ୍ରେଲର ରିଲିଜ୍‍ ସମୟରେ କହିଥିଲେ ଏବେ ନାୟକର ପରିଭାଷା ବଦଳୁଛି। ସେ କହିଲେ ଚଳଚ୍ଚିତ୍ର ଅଭିନେତା ନୁହେଁ ସୀମାରେ ଦେଶକୁ ରକ୍ଷା କରୁଥିବା ଯବାନ ହେଉଛନ୍ତି ପ୍ରକୃତ ନାୟକ। ମୁଁ ଜାଣିନାହିଁ ଏକ ନାୟକ ହେବାର ଅନୁଭୂତି କଣ ? ମୁଁ ଜଣେ ଅଭିନେତା ଏବଂ ସବୁବେଳେ ମୁଁ ଜଣେ ଅଭିନେତା ହେବାକୁ ଚାହୁଁଥିଲି। ରାଜକୁମାର କହିଲେ ମୁଁ ନାୟକ ନୁହେଁ। ନାୟକ ସେହିମାନେ ଯେଉଁମାନେ ସୀମାରେ ରହି ଆମମାନଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥାନ୍ତି। ସେହିମାନେ ହିଁ ପ୍ରକୃତ ନାୟକ। ଆମେ ମାନେ କେବଳ ଅଭିନୟ କରୁଛୁ। ଶୁକ୍ରବାର ଅଭିନେତା ରାଜକୁମାର ରାଓ, ଶ୍ରଦ୍ଧା କପୁର ଓ ପଙ୍କଜ ତ୍ରିପାଠୀ ଅଭିନୀତ ଚଳଚ୍ଚିତ୍ର ‘ସ୍ତ୍ରୀ’ ର ଟ୍ରେଲର ରିଲିଜ୍‍ ହୋଇଛି। ୨ ମିନିଟ୍‍ ୫୦ ସେକେଣ୍ଡର ଏହି ଟ୍ରେଲରକୁ ଗୁରୁବାର ରାତିରେ ୟୁଟ୍ୟୁବ୍‍ରେ ରିଲିଜ୍‍ କରାଯାଇଛି। ରିଲିଜ୍‍ ହେବାର ମାତ୍ର କିଛି ଘଣ୍ଟାରେ ଏହି ଟ୍ରେଲର ବହୁତ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ଏହା ଏକ ହରର୍‍-କମେଡ଼ି ଫିଲ୍ମ।

Leave A Reply