ରାଜଧାନୀରେ ଓମଫେଡ୍ ପାର୍ଲରରୁ ଚୋରି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଚୋରି ଘଟଣାର ପୁନରାବୃତି ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଏହି ଘଟଣା ଖାରବେଳ ନଗର ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଶ୍ରିୟା ଛକରେ ଥିବା ଓମଫେଡ୍ ପାର୍ଲରରେ ଘଟିଥିବା ଅଭିଯୋଗ ହୋଇଛି। ଉକ୍ତ ଓମଫେଡ୍ ପାର୍ଲର୍ କବାଟ ତାଲା କାଟି ଦୁର୍ବୃତମାନେ ପାଖାପାଖି ୬୦ ହଜାର ଟଙ୍କାର ଜିନିଷ ଓ ନଗଦ ଟଙ୍କା ଲୁଟ କରିଛନ୍ତି। ଗତକାଲି ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତମାନ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଥିବା ବେଳେ ପୁଲିସ ପାଟ୍ରୋଲିଂ ଚାଲୁ ରହିଛି। ଏଭଳି ସମୟରେ ଚୋରି ହୋଇଥିବାରୁ ସର୍ବ ସାଧାରଣରେ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି।

Comments are closed.