ଘରମୁହାଁ ପ୍ରବାସୀଙ୍କ ଦୁଃଖ – ଲକ୍ଷେ ଅଟୋରେ ୪ ଲକ୍ଷ ଶ୍ରମିକ ଯାଉଛନ୍ତି ୨ ହଜାର କିଲୋମିଟର

ସମାଜ ପୋର୍ଟାଲ ଡେସ୍କ: କରୋନା ଲକ ଡାଉନ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ଓ ଉଦ୍ୟମ କେଉଁଠି ନା କେଉଁଠି ଶତ ପ୍ରତିଶତ ଲୋକାଭିମୁଖୀ ନ ହେବା ଭଳି ପ୍ରତୀୟମାନ ହେଉଛି। ଏକ ସୂଚନା ଅନୁଯାୟୀ ଏକ ଲକ୍ଷ ଅଟୋ ଭଡା କରି ପ୍ରାୟ ୪ ଲକ୍ଷରୁ ଅଧିକ ଶ୍ରମିକ ଏବେ ଘରମୁହାଁ ହୋଇଥିବା ଜଣାପଡିଛି। ସେହି ଶ୍ରମିକମାନେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ନିଜ ରାଜ୍ୟକୁ ଫେରିବା ବ୍ୟବସ୍ଥା ଥିଲେ ମଧ୍ୟ ସେମାନେ ଏହି ବ୍ୟବସ୍ଥା ଆପଣେଇ ନେଇଛନ୍ତି। କିଛି ଶ୍ରମିକ ଶ୍ରେଣୀର ଲୋକ ନିଜ ପରିବାର ସହ ପାଦରେ ଚାଲି ଚାଲି ଯାଉଥିବା ଦେଖାଯାଉଛି।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ, ପୁଣେ, ଥାନେ, ଭିରାର, ନବୀ ମୁମ୍ବାଇରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଅନ୍ୟ କୌଣସି ବାଟ ନ ପାଇଁ ଅଟୋରେ ନିଜ ରାଜ୍ୟକୁ ଫେରୁଛନ୍ତି। ପ୍ରାୟ ଏକ ଲକ୍ଷରୁ ଅଧିକ ଦୁଇ ଶହ ସିସି ବିଶିଷ୍ଟ କମ କ୍ଷମତା ସମ୍ପନ୍ନ ଅଟୋ ଚାଳକ ମଧ୍ୟ ଅନ୍ୟ କୌଣସି ବାଟ ନ ପାଇଁ ନିଜ ପରିବାର ପ୍ରତିପୋଷଣ ଲକ୍ଷରେ ୧୫ ଶହରୁ ୨ ହଜାର କିଲୋମିଟର ଯାତ୍ରା କରିବାକୁ ପଛାଇ ନାହାନ୍ତି। ପ୍ରତ୍ୟେକ ଅଟୋରେ ଅତି କମରେ ଚାରିଜଣ ପ୍ରବାସୀ ଆରୋହୀ ଅଛନ୍ତି।

ସେମାନେ କହିଛନ୍ତି ଯେ ଲକଡାଉନ୍ ଲାଗୁ ହେବାର ଦୁଇ ମାସ ବିତିଗଲାଣି ଏବଂ ସେମାନେ ଆଉ ଅପେକ୍ଷା କରିପାରିବେ ନାହିଁ। ସେମାନେଙ୍କ ପାଖରେ ଖାଦ୍ୟ ନାହିଁ କି ଅର୍ଥ ନାହିଁ ତେଣୁ ସେମାନେ ଅଟୋ ରିକ୍ସା ଦ୍ୱାରା ଘରକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅଟୋଗୁଡ଼ିକ ମୁଖ୍ୟତ ଉତ୍ତରପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡର ବୋଲି ଜଣାପଡିଛି। ଜଣେ ରିକ୍ସା ଡ୍ରାଇଭର କହିଛନ୍ତି ଯେ ସେ ମହାରାଷ୍ଟ୍ରର ନବୀ ମୁମ୍ବାଇରେ ତାଙ୍କର ଦୁଇ ସନ୍ତାନ, ବୃଦ୍ଧ ମା ଏବଂ ପତ୍ନୀଙ୍କ ସହ ରହୁଥିଲେ, କିନ୍ତୁ ଲକ ଡାଉନ ଯୋଗୁ ଅଟକି ଯାଇଥିଲେ। ତେଣୁ ସେ ପରିବାର ସହିତ ବନାରସରେ ଥିବା ତାଙ୍କ ଘରକୁ ଯିବାକୁ ସ୍ଥିର କଲେ। ନବୀ ମୁମ୍ବାଇରୁ ବନାରସ ପର୍ଯ୍ୟନ୍ତ ଦୂରତା ୧୭ ଶହ କିଲୋମିଟର।

ଏହି ଯାତ୍ରାରେ ସାତରୁ ଆଠ ହଜାର ଟଙ୍କା ମଧ୍ୟରେ ପେଟ୍ରୋଲ ଖର୍ଚ୍ଚ ହେଉଥୁବା ଜଣେ ରିକ୍ସା ଡ୍ରାଇଭର କହିଛନ୍ତି। ସେ କହିଛନ୍ତି ଯେ ଦିନକୁ ଅତି ଦିନକୁ ତିନିରୁ ଚାରି ଶହ କିଲୋମିଟର ଦୂରତା ଅତିକ୍ରମ କରିଥାଏ, କିନ୍ତୁ ଉତ୍ତାପ ହେତୁ ଅଟୋଗୁଡ଼ିକ ଖରାପ ହୋଇଯାଉଛି। ସେ କହିଛନ୍ତି ଯେ ନବୀ ମୁମ୍ବାଇର ଏକ ପାର୍ଟିର ଲୋକମାନେ ଖାଦ୍ୟର ବ୍ୟବସ୍ଥା କରିଥିଲେ, କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ।

ଅନ୍ୟ ଜଣେ ଅଟୋ ଡ୍ରାଇଭର କହିଛନ୍ତି ଯେ ଲୋକମାନେ ଘରକୁ ଯିବା ପାଇଁ ବ୍ୟାକୁଳ ହେଉଛନ୍ତି ଓ ସେମାନେ ଯାହା ପାଉଛନ୍ତି ସେଥିରେ ଗାଁକୁ ଯାଉଛନ୍ତି। ସେ କହିଛନ୍ତି ଯେ ପୁଣେ-ମୁମ୍ବାଇ ଏକ୍ସପ୍ରେସ ୱେରେ ପ୍ରବାସୀ ଶ୍ରମିକଙ୍କ ଭିଡ ଏତେ ଅଧିକ ଥିଲା ଯେ ୪୦ ମିନିଟର ଦୂରତା ଅତିକ୍ରମ କରିବା ପାଇଁ କରିବାକୁ ଚାରି ଘଣ୍ଟା ସମୟ ଲାଗୁଛି।

Comments are closed.