ବନ୍ଦେ ଭାରତ ମିଶନରେ ପହଁଚିଲେ ୧୭୭, ଜଳଶ୍ୱରେ ଆସୁଛନ୍ତି ୫୮୮

ସମାଜ ପୋର୍ଟାଲ ଡେସ୍କ: ବନ୍ଦେ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ଦୁବାଇରୁ ୧୭୭ ଜଣ ଭାରତୀୟଙ୍କୁ ନେଇ ଆସିଥିବା ବିମାନ କୋଚି ବିମାନ ବନ୍ଦରରେ ଅବତରଣ କରିଛି। ଦୁବାଇରୁ ୧୭୭ ଜଣ ଭାରତୀୟଙ୍କୁ ଧରି ପ୍ରଥମେ ଗୋଟିଏ ବିମାନ କୋଚି ଆସିଥିଲା। ପରେ ଆବୁଧାବିରୁ କୋଝିକୋଡ଼େ ଓ ତିରୁଭାନନ୍ତପୁରମ ବିମାନ ବନ୍ଦରରେ ଆଉ ଦୁଇଟି ବିମାନ କାଲିରାତିରେ ଅବତରଣ କରିଥିଲା। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ସମୁଦ୍ର ସେତୁ ଅଭିଯାନରେ ଭାରତୀୟ ନାଗରିକଙ୍କୁ ନେଇ ମାଲେରୁ ଆଇଏନ୍‍ଏସ୍‍ ଜଳଶ୍ୱ ଯାତ୍ରା ଆରମ୍ଭ କରିଥିଲା। ଏଥିରେ ୫୮୮ ଜଣ ଭାରତୀୟଙ୍କ ମଧ୍ୟରେ ୬ଜଣ ଗର୍ଭବତୀ ମହିଳା ଓ ୨୧ ଜଣ ଶିଶୁ ଅଛନ୍ତି। ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷାତ୍ମକ କାର୍ଯ୍ୟ ଗ୍ରହଣ କରାଯାଇଛି।

Comments are closed.