ଆ କହିଲେ ଆସେ ଜଙ୍ଗଲୀ ଜନ୍ତୁ ; ମନୁଷ୍ୟ – ଜଙ୍ଗଲୀ ଜନ୍ତୁ ମଧ୍ୟରେ ନିିବିଡ଼ ସମ୍ପର୍କର କାହାଣୀ

ମାଲକାନଗିରି : ଅନେକ ସମୟରେ ପଶୁପକ୍ଷୀ ଓ ମନୁଷ୍ୟଙ୍କ ମଧ୍ୟରେ ଏପରି ଅନେକ ଭିଡିଓ ଓ ଫଟୋ ଭାଇରାଲ ହୋଇଥାଏ ଯାହା ଖୁବ ହୃଦୟସ୍ପର୍ଶୀ। ତେବେ ପୋଷା ଜନ୍ତୁଙ୍କ ବ୍ୟତୀତ ଜଙ୍ଗଲୀ ଜନ୍ତୁ ଓ ମଣିଷଙ୍କ ମଧ୍ୟରେ ସ୍ନେହର ସମ୍ପର୍କ ଦେଖିଲେ ଏକ ଭିନ୍ନ ଅନୁଭୂତି ହୋଇଥାଏ।
ମଣିଷ ପ୍ରେମରେ ବନ୍ଧା ପଡିଛି ଜଙ୍ଗଲି ବାରହା  ।  ପ୍ରେମ  ଅଢେଇ ଅକ୍ଷର । ଏହି ଅଢେଇ ଅକ୍ଷରର ଶବ୍ଦ ଆଜିର ଦୁନିଆରେ ମିଳିବା କଷ୍ଟ କର ହୋଇ ପଡ଼ିଥିବା ବେଳେ କିଛି ବ୍ୟକ୍ତିଙ୍କ ପାଇଁ ଏହା ହେଉଛି ସର୍ବ ଶ୍ରେଷ୍ଠ । ଏହି ଘଟଣା ହେଉଛି ମାଲକାନଗିରି ଜିଲ୍ଲା ଜଗନ୍ନାଥ ମନ୍ଦିର ସାହିରେ ଥିବା ଗୋଟେ ଜଙ୍ଗଲୀ ବାରହା ଓ ମଣିଷ ମଧ୍ୟରେ ଥିବା ସମ୍ପର୍କ । ଯାହାକି ମଣିଷ ସମାଜକୁ ଏକ ଉଦାହରଣ ଦେଇଛି ।
ମାଲକାନଗିରି ଜିଲ୍ଲା ଜଗନ୍ନାଥ ମନ୍ଦିର ସାହିରେ ଥିବା ମହେନ୍ଦ୍ର ପାତ୍ର ଓ ରାଜୁ ନାମକ ଜଣେ ବାରହାର ସମ୍ପର୍କ ସମସ୍ତଙ୍କୁ ଚକିତ କରିଛି। ରାଜୁ ଗୋଟେ ଜଙ୍ଗଲୀ ବାରାହା ହେଲେ ମଧ୍ୟ ସେ ମଣିଷ ପରି କଥା ମାନୁଛି । ରାଜୁ ‘ଆ’ ବୋଲି ଡାକିଲେ ସେ ଖାଇବା ପାଇଁ ଧାଇଁ ଆସୁଛି ଓ ପିଲାଟି ଯେପରି ନିଜ ବାପା ଓ ମାଆ ର କଥା ମାନେ ଠିକ ସେଇଭଳି କଥା ମଧ୍ୟ ମାନୁଛି । ବାରାହା ଓ ବ୍ୟକ୍ତି ର ସମ୍ପର୍କ ଏତେ ନିବିଡ ହେଇଯାଇଛି ଯେ ସେହି ବାରାହା ଟିକୁ ଜଙ୍ଗଲରେ ଛାଡିଲେ ମଧ୍ୟ ସେ ଖାଇବା ସମୟ ହେଲେ ନିଜ ମାଲିକ ପାଖକୁ ଧାଇଁ ଆସୁଛି । ମଣିଷ ପରି ନଡ଼ିଆ , କଦଳୀ, ବିସ୍କୁଟ ଓ ଭାତ ମଧ୍ୟ ଖାଉଛି । ଯେମିତିକି ପଶୁ ଆକାରରେ ସେ ଗୋଟେ ମଣିଷ ।
ଆଜକୁ ୨୦ ବର୍ଷ ପୂର୍ବେ ବର୍ଷା ଓ ଝଡ ତୋଫାନ ହେବାରୁ ବାର୍‍ହାଟି  ସହର ମୁହାଁ ହୋଇଥିଲା । ତେବେ ଏହି ସମୟରେ ମହେନ୍ଦ୍ର ତାକୁ ଘରକୁ ନେଇ ଆସିଥିଲେ ଓ ସେ ଟିକେ ବଡ ହେବା ପରେ ତାକୁ ଜଙ୍ଗଲରେ ମଧ୍ୟ ଛାଡି ଥିଲେ କିନ୍ତୁ ସେ ଯେତେ ଥର ଜଙ୍ଗଲରେ ଛାଡ଼ୁଛନ୍ତି ସେ ସେତେଥର ମହେନ୍ଦ୍ର ଙ୍କୁ ଖୋଜି ଖୋଜି ଘରକୁ ଚାଲି ଆସେ। ତେବେ ସେ ମହେନ୍ଦ୍ରଙ୍କ ଘର ଚାରିପଟେ ବୁଲିବା ସହ ସାହିର ବିଭିନ୍ନ ସ୍ଥାନରେ ବୁଲେ କିନ୍ତୁ କେବେ ମଧ୍ୟ କାହାର କୌଣସି କ୍ଷତି କରେ ନାହିଁ। ସାହିରେ ଥିବା ପିଲା ମାନେ ମଧ୍ୟ ଆସି ଏହି ବାରାହା ସହିତ କିଛି ସମୟ ଅତି ବାହିତ କରିଥାଆନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Comments are closed.