ଫିଲିପାଇନ୍ସରେ ‘ଉସମାନ’ର ତାଣ୍ଡବ ; ମୃତ୍ୟୁ ସଂଖ୍ୟା ୧୨୬କୁ ବୃଦ୍ଧି

0

ମାନିଲା : ଫିଲିପାଇନ୍ସରେ ପ୍ରଳୟଙ୍କରୀ ଝଡ଼ ‘ଉସମାନ’ର ତାଣ୍ଡବ ଦେଖିବାକୁ ମିଳିଛି । ଏହି ଝଡ ପ୍ରଭାବରେ ମୃତ୍ୟୁସଂଖ୍ୟା ୧୨୬କୁ ବୃଦ୍ଧି ପାଇଛି। ଦେଶର ଜାତୀୟ ବିପର୍ଯ୍ୟୟ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ମାନିଲାର ବାଇକଲ ପାର୍ବତ୍ୟାଞ୍ଚଳରେ ଶହେରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି। ୭୫ଜଣ ଆହତ ହୋଇଥିବାବେଳେ ୨୬ଜଣ ନିଖୋଜ ଅଛନ୍ତି ଏବଂ ଏକଲକ୍ଷ ୫୨ହଜାର ଲୋକଙ୍କୁ ଏହି ଝଡ଼ ତୋଫାନ ଯୋଗୁଁ ସ୍ଥାନାନ୍ତର କରାଯାଇଛି। କର୍ତ୍ତୃପକ୍ଷ କହିଛନ୍ତି ଭୂସ୍ଖଳନ ଓ ପ୍ରବଳ ବର୍ଷା ଯୋଗୁଁ ଏହି ମୃତ୍ୟୁ ଘଟିଛି। ଗତମାସ ୨୯ ତାରିଖରେ ଏହି ଝଡ଼ତୋଫାନ କେନ୍ଦ୍ରୀୟ ଓ ପୂର୍ବ ଫିଲିପାଇନ୍ସରେ ସଂଘଟିତ ହୋଇଥିଲା।

Leave A Reply