କୁଆଖାଇରେ ଭାସୁଛି ପଥର

ନନ୍ଦନକାନନ :  କୁଆଖାଇ ନଦୀରେ ଭାସୁଛି ପଥର। ଅବିଶ୍ୱାସ ହେଲେ ବି ଘଟଣା ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗ୍ରାମ ନିକଟସ୍ଥ କୁଆଖାଇ ନଦୀରେ। ରବିବାର ଅପରାହ୍ଣରେ ଜୟପୁର ଗ୍ରାମର ନିର୍ମାଲ୍ୟ ଦାସ ସବୁଦିନ ପରି ମାଛ ଧରିବାକୁ ନଦୀକୁ ଯାଇଥିଲେ। ବନସି ପକାଉଥିବାବେଳେ ନଦୀରେ ଏକ ପଥର ଭାସୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସାହସର ସହିତ ବନସି ବାଡ଼ି ସାହାଯ୍ୟରେ ପଥରଟିକୁ କୂଳକୁ ଆଣି ଘରକୁ ନେଇଆସିଥିଲେ। ସୋମବାର ସକାଳେ ଆଣିଥିବା ପଥରଟିକୁ ଏକ ବଡ଼ କୁଣ୍ଡରେ ପାଣି ଭର୍ତ୍ତି କରି ପକାଇବା ପରେ ପଥରଟି ବୁଡ଼ିବା ବଦଳରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ଗ୍ରାମବାସୀଙ୍କ ନିଷ୍ପତ୍ତି ମୁତାବକ ପଥରଟିକୁ ପୂଜାର୍ଚ୍ଚନା କରାଯାଇଥିଲା। ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଲାଗିଥିଲା।

Comments are closed.