ପ୍ରଦୂଷଣ ହ୍ରାସ କରିବାରେ ପଥରର ଭୂମିକା

0

ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଧାରଣା ଯେ ପଥର ସାଧାରଣତଃ କୌଣସି କାମରେ ଆସିନଥାଏ। ତେବେ ଆମେରିକାର ବିଶେଷଜ୍ଞଦଳ ନିରନ୍ତର ପରୀକ୍ଷା କରି ପ୍ରକାଶ କରିଛନ୍ତି ଯେ ପରିବେଶ ପ୍ରଦୂଷଣ ହ୍ରାସ କରିବାରେ ପଥରର ମୁଖ୍ୟ ଭୂମିକା ରହିଛି। ଅଦରକାରୀ ବିବେଚିତ ହେଉଥିବା ଏଇ ପଥର ଆମ ବାୟୁମଣ୍ଡଳରୁ ପ୍ରଦୂଷଣର ମାତ୍ରା କମ୍ କରିବା ସହ ଅଙ୍ଗାରକାମ୍ଳର ପରିମାଣକୁ ନିୟନ୍ତ୍ରଣ କରେ। ଖୁବ୍ ଶୀଘ୍ର ଉତ୍ତପ୍ତ ହେଉଥିବା ପଥର କିନ୍ତୁ ପରିବେଶ ଉପରେ କୌଣସି କୁପ୍ରଭାବ ପକାଏ ନାହିଁ। ବରଂ ଗ୍ଲୋବାଲ ୱାର୍ମିଂକୁ ବୃଦ୍ଧି କରୁଥିବା ଅଙ୍ଗାରକାମ୍ଳର ପରିମାଣକୁ ବାୟୁମଣ୍ଡଳରେ ହ୍ରାସ କରିବା ସହ ପରିବେଶକୁ ସ୍ବଚ୍ଛ କରିଥାଏ।

Leave A Reply