୨୦୩୦ ସୁଦ୍ଧା କର୍କଟ ରୋଗୀଙ୍କ ସଂଖ୍ୟା ୭୦ ପ୍ରତିଶତକୁ ବୃଦ୍ଧି ; ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

କର୍କଟ ରୋଗୀ ପାଇଁ ଏକ ଖୁସି ଖବର । ଅନ୍ତ ଓ ପେଟରେ କର୍କଟ ରୋଗ ଏଣିକି ଆଉ ଜଟିଳ ରୋଗୀ ହୋଇ ରହିବ ନାହିଁ । ଏକ ଜେଲ ମାଧ୍ୟମରେ ଏହି ରୋଗର ଉପଚାର କରାଯାଇପାରିବ । ଜେଲରେ ଔଷଧ ରହିବ, ଯାହାର ପିଏଚ୍ ପରିବର୍ତ୍ତନ ହେବା ସହ ଏହି ଜେଲ ରିଲିଜ୍ ହୋଇ ଔଷଧ ଭଳି କାମ କରିବ । ଟ୍ୟୁମର ବଢିବା ସମୟରେ ଏହି ଜେଲ ନିରନ୍ତର ଭାବେ ରିଲିଜ ହୋଇ ଚାଲିବ ।

ସାଧାରଣତଃ କୁହାଯାଏ, ଟ୍ୟମୁର ବଢିକା ସଙ୍ଗେସଙ୍ଗେ ଏହି ଔଷଧ ରିଲିଜ ହୋଇ ପାରେନାହିଁ । ଯାହା ଦ୍ବାରା ପିଏଚ୍ ମଧ୍ୟ ପରିବର୍ତ୍ତନ ହୋଇ ପାରେନାହିଁ ବୋଲି କେହି କେହି ମଧ୍ୟ ଯୁକ୍ତି କରିଥାନ୍ତି।

ଏହି ଗବେଷଣାରେ ସାମିଲ ଥିବା ଜଣେ ବିଶେଷଜ୍ଞ କହିଛନ୍ତି ଯେ, ଦୀର୍ଘ ଦିନର ପରିଶ୍ରମ ପରେ ଏଭଳି ଏକ ଜେଲକୁ ପ୍ରସ୍ତୁତ କରାଯାଇଛି । ଯାହା ସାରା ବିଶ୍ବର କର୍କଟ ରୋଗୀଙ୍କ ପାଇଁ ଆଶାର କିରଣ ପାଲଟିଛି । ବିଶ୍ବ କର୍କଟ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ପେଟ ବା ମଳାଶୟ କର୍କଟ (କୋଲୋରେକ୍ଟଲ କ୍ୟାନସର) ୨୦୧୮ରେ ସାରା ବିଶ୍ବରେ ତୃତୀୟ ସ୍ଥାନରେ ରହିଥିଲା । ୧୮ ଲକ୍ଷରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିଲେ । କର୍କଟ ନିରୋଧୀ ଔଷଧ ମଧ୍ୟରୁ ଅଧିକାଂଶ ବିଷାକ୍ତ, ଏକ ନିଦ୍ଧିଷ୍ଟ ସ୍ତରରେ ଏହାର ବ୍ୟବହାର ଅସମ୍ଭବ ହୋଇଥାଏ । ପରିଣାମସ୍ବରୂପ ରୋଗୀର ଚିକତ୍ସା ଧିମେଇ ଯାଇଥାଏ । ଏହା ବ୍ୟତୀତ ଅନିୟନ୍ତ୍ରି ଭାବରେ କେମୋଥୋରାପିର ବ୍ୟବହାର ଅନ୍ୟାନ୍ୟ ଔଷଧର ପ୍ରଭାବକୁ ହ୍ରାସ କରି ଦେଇଥାଏ ।

ଗବେଷକ ଦଳର ନେତୃତ୍ବ ନେଉଥିବା ଡାକ୍ତର ପୁନମ ନେଗୀ କହିଛନ୍ତି ଯେ, କର୍କଟ ନିରୋଧୀ ଔଷଧର ଅନେକ ବିତରଣ ପ୍ରଣାଳୀ ଉପଲବ୍ଧ ହେଉଛି । ଯାହା ଦ୍ବାରା କୋଷ ଓ କଠିନ ଟ୍ୟୁମର ମଧ୍ୟରେ ଥିବା ପିଏଚ୍ ରେ ମାମୁଲି ପ୍ରଭେଦର ଲାଭ ମିଳିଥାଏ ।

ସଂପ୍ରତି ବିଶ୍ବରେ କର୍କଟ ଜଟିଳ ରୋଗ ମଧ୍ୟରୁ ଗୋଟିଏ ଏବଂ ମାନବ ଜୀବନ ପାଇଁ ବଡ ବିପଦ ପାଲଟିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସଦ୍ୟ ରିପୋର୍ଟ ଅନୁଯାରେ ୨୦୩୦ ସୁଦ୍ଧା ବିଶ୍ବରେ କର୍କଟ ଜନିତ ମୃତ୍ୟୁ ସଂଖ୍ୟା ୪୫ ପ୍ରତିଶତରୁ ବୃଦ୍ଧି ପାଇ ୭୦ ପ୍ରତିଶତ ହେବାର ଆଶଙ୍କା ରହିଛି ।

Comments are closed.