ପାକିସ୍ତାନ ବିପକ୍ଷ ଅବଶିଷ୍ଟ ଦୁଇ ଟେଷ୍ଟ ମ୍ୟାଚ ଖେଳିବେନି ଷ୍ଟୋକ୍‌ର୍ସ

ଲଣ୍ଡନ : ଇଂଲଣ୍ଡର ଷ୍ଟାର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ର୍ସ ପାକିସ୍ତାନ ବିପକ୍ଷ ଅବଶିଷ୍ଟ ଦୁଇ ଟେଷ୍ଟ ମ୍ୟାଚରୁ ଓହରି ଯାଇଛନ୍ତି। ପାରିବାରିକ କାରଣରୁ ଷ୍ଟୋକ୍‌ସ ଉକ୍ତ ଦୁଇ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ। ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ସୂଚନା ଅନୁଯାୟୀ ପାକିସ୍ତାନ ବିପକ୍ଷ ଅବଶିଷ୍ଟ ଦୁଇ ଟେଷ୍ଟ ମ୍ୟାଚରୁ ଷ୍ଟୋକ୍‌ର୍ସଙ୍କୁ ଦଳରୁ ବାଦ୍‌ ଦିଆଯାଇନାହିଁ। ଷ୍ଟୋକ୍‌ସ ନିଜର ପାରିବାରିକ ସମସ୍ୟା ପାଇଁ ଓହରି ଯାଇଛନ୍ତି। ବର୍ତ୍ତମାନ ଷ୍ଟୋକ୍‌ସ ଲଣ୍ଡନରେ ଅବସ୍ଥାନ କରୁଥିବାବେଳେ ନ୍ୟୁଜିଲାଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ୧୬ରୁ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଇଂଲଣ୍ଡକୁ ଧକ୍କା ଲାଗିଛି। ପାକିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି।

Comments are closed.