ଆନ୍ତଃରାଜ୍ୟ ବନ୍ଧୁକ ବେପାର ; ୨ ଗିରଫ , ୫ ବନ୍ଧୁକ ଜବତ

କ୍ରାଇମବ୍ରାଞ୍ଚ ଏସଟିଏଫ ଟିମର ପର୍ଦ୍ଦାଫାଶ

ଭୁବନେଶ୍ୱର : ଆନ୍ତଃରାଜ୍ୟ ବନ୍ଧୁକ ବେପାରର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ବୁଧବାର ପର୍ଦ୍ଦାଫାଶ କରିଛି। ଭଦ୍ରକ ଜିଲା ରାଣୀତାଲ ନିକଟରେ ଏସଟିଏଫ ଟିମ ଚଢାଉ କରି ସମ୍ପୃକ୍ତ ଘଟଣାରେ ୨ ବନ୍ଧୁକ ବେପାରୀଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରାସାଦ ଓ ବାଲେଶ୍ୱରର ଶ୍ରୀକୃଷ୍ଣପୁରର ଗାଁର ବିଶ୍ୱନାଥ ବିଶୋୟୀ।
ସେମାନଙ୍କ ନିକଟରୁ ୫ଟି ୭ ଏମଏମ ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଅଫୁଟା ଗୁଳି ମଧ୍ୟ ଜବତ ହୋଇଛି। ବନ୍ଧୁକ କିଣାବିକା କରାଯାଉଥିବା ନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଚଢାଉ କରିଥିଲା। ଗତବର୍ଷ ଏଭଳି ବେଆଇନ ମାମଲାରେ ଏସଟିଏଫ ଟିମ ୨୭ଟି ବନ୍ଧୁକ ଓ ୬୧ ଟି ଗୁଳି ଜବତ କରିଥିଲା ବୋଲି ସୂଚନା ମିଳିଛି।

 

Comments are closed.