ସେକ୍ ରାଜା ଘରେ ଏସଟିଏଫ ଟିମର ଚଢ଼ାଉ

ବାଲେଶ୍ୱର: ଡ୍ରଗ୍ସ ମାଫିଆ ସେକ୍ ରାଜାର  ବାଲେଶ୍ୱର ଅରଡ ବଜାରର ଗଳାପୋଲ ଘରେ ରବିବାର ଏସଟିଏଫ ଚଢ଼ାଉ କରିଛି । ଏସଟିଏଫର ୫ ଜଣିଆ ସଶସ୍ତ୍ର ପକ୍ଷରୁ ଏହି ବଡ଼ ଧରଣର ଚଢ଼ାଉ କରାଯାଇଛି  । ସେକ୍ ରାଜାର ଡ୍ରଗ୍ସ କାରବାର ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

ସୂଚନା  ଅନୁଯାୟୀ, ମୋଷ୍ଟ ଓ୍ୱାଣ୍ଟେଡ ଡ୍ରଗ୍ସ ଡିଲର ସେକ୍ ରାଜୁକୁ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଏସଟିଏଫ ଗତ ୧୬ ତାରିଖରେ ଗିରଫ କରିଥିଲା । କ୍ରାଇମବ୍ରାଞ୍ଚ ତଦନ୍ତରୁ ରାଜାର ବିଦେଶ ଲିଙ୍କ ରହିଥିବା ଜଣାପଡିଥିଲା । ରାଜା ଜଳେଶ୍ୱର ଓ ବାଲେଶ୍ୱରେ ଡ୍ରଗ୍ସ କାରବାର କରୁଥିଲା । ଗିରଫ ବେଳେ ରାଜା ଠାରୁ ଗୋଟିଏ ପିସ୍ତଲ, ୧୩୦ ଗ୍ରାମ ବ୍ରାଉନସୁଗାର, ଏକ ଲକ୍ଷ ଟଙ୍କା, ୬ଟି ମୋବାଇଲ ଜବତ କରାଯାଇଥିଲା ।

Comments are closed.