ମୟୂରଭଞ୍ଜ ଜିଲାରୁ ୩.୨୮ କେଜି ବ୍ରାଉନ ସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ବର : ମୟୂରଭଞ୍ଜ ଜିଲାରୁ ୩.୨୮ କେଜି ବ୍ରାଉନ ସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌। ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡିଛି। କ୍ରାଇମବ୍ରାଞ୍ଚ ଏସଟିଏଫ୍ କୌଣସି ସୂତ୍ରରୁ ଖବର ପାଇ ମୟୂରଭଞ୍ଜରୁ ଏହି ବ୍ରାଉନ ସୁଗାର ଜବତ କରିଛି। ଏଥି ସହିତ ଜଣେ ବ୍ରାଉନ ସୁଗାର ଡିଲରକୁ ଅଟକ ରଖି ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦେଶକ ଅଭୟ।

Comments are closed.