ଏସ୍‌ଟିଏଫ୍‌ କବ୍‌ଜାରେ ୨ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ବର: ଚୋରା ବନ୍ଧୁକ ବେପାରର ୨ଜଣ ମାଷ୍ଟରମାଇଣ୍ଡ ଧରାପଡ଼ିଛନ୍ତି ବୋଲି ଆଜି ଗଣମାଧ୍ୟମକୁ କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ସୂଚନା ଦେଇଛନ୍ତି। ଏହି ଅବସରରେ କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି ଯେ ଚୋରା ବନ୍ଧୁକ କାରବାର ଚାଲିଥିବା ଖବର ପାଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରାଯାଇଥିଲା। ଆଜି ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରୁ ୨ଜଣଙ୍କୁ କ୍ରାଇମ୍‌ ବ୍ରାଞ୍ଚ ଏସ୍‌ଟିଏଫ୍‌ ଧରିବାରେ ସଫଳ ହୋଇଛି। ଧରାପଡ଼ିଥିବା ୨ ବନ୍ଧୁକ ବେପାରୀଙ୍କ ଘର ଚନ୍ଦକା ଅଞ୍ଚଳରେ ହୋଇଥିବାବେଳେ ଦୁହିଁଙ୍କଠାରୁ ୮ଟି ପିସ୍ତଲ ଓ ୧୨ ରାଉଣ୍ଡ ଗୁଳି ଜବତ କରାଯାଇଛି ବୋଲି କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶି ପ୍ରକାଶ କରିଛନ୍ତି।

ତେବେ ଜବତ ଅସ୍ତ୍ରଶସ୍ତ୍ର ବାହାରୁ ଆସିଥାଇପାରେ। ତେଣୁ ଏହାକୁ ନେଇ ତଦନ୍ତ କରାଯିବ । ଅନେକ ଅପରାଧରେ ବେଆଇନ୍ ଅସ୍ତଶସ୍ତ୍ର ବ୍ୟବହାର ହୋଇଥାଏ । ସେଥିପାଇଁ ଗିରଫ ଅପରାଧିଙ୍କୁ ରିମାଣ୍ଡରେ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

Comments are closed.