ଚିଙ୍ଗୁଡ଼ି ଚୋରି ପଡ଼ିଲା ମହଙ୍ଗା

0

ଭଦ୍ରକ : ଭଦ୍ରକ ଜିଲା ବିଦ୍ୟୁତପ୍ରଭା ଗାଁରେ ଚିଙ୍ଗୁଡ଼ି ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଚୋରି କରୁଥିବା ଅଭିଯୁକ୍ତ ହେଲେ ନୟାକାଣ୍ଡି ଅଞ୍ଚଳର ଭାସ୍କର ଦାସ।
ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଗାଁର ବିଷ୍ଣୁପଦ ଦାସଙ୍କ ପୋଖରୀରୁ ୬ ରୁ ୭ ଜଣ ଯୁବକ ଚିଙ୍ଗୁଡ଼ି ଚୋରି କରୁଥିଲେ। ମାତ୍ର ପାଣିରେ ଜାଲ ପଡ଼ିବା ଶବ୍ଦ ଶୁଣି ଚିଙ୍ଗୁଡ଼ି ଘେରି ଜଗିଥିବା ଜଗୁଆଳି ଜୋରରେ ପାଟି କରିଥିଲା। ପାଟି ଶୁଣି ଅନ୍ୟ ଚିଙ୍ଗୁଡ଼ି ଘେରି ଜଗିଥିବା ଲୋକେ ଉଠି ଆସିଲେ। ଏହା ଦେଖି ଚୋରି କରିବାକୁ ଆସି ଥିବା ଯୁବକମାନେ ପଳାଇଥିଲେ। ଭାସ୍କରକୁ କେବଳ ଜଗୁଆଳିମାନେ ଧରିବାରେ ସକ୍ଷମ ହୋଇଥିଲେ। ଏହା ପରେ ସ୍ଥାନୀୟ ଲୋକମାନେ ଭାସ୍କରର ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ଧାମରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଭାସ୍କରର ଶରୀରର କେତେକ ସ୍ଥାନରେ ଆଘାତ ଲାଗିବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚୋରି କରିବା ପାଇଁ ଆସିଥିବା ଅନ୍ୟ ଯୁବକମାନଙ୍କୁ ଧରିବା ପାଇଁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

Leave A Reply