ମନ୍ଦିରରୁ ଚୋରି ଅଭିଯୋଗ

0

ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ଥାନା ରପେୟା ଗ୍ରାମରେ ଶନିବାର ରାତିରେ ୫ଟି ମନ୍ଦିରରୁ ଚୋରି ହୋଇଥିବା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ ଦୁର୍ବୃତ୍ତମାନେ ରପେୟା ଗ୍ରାମର ୨ଟି ରାଧାକୃଷ୍ଣ ମନ୍ଦିର ଏବଂ ଶିବମନ୍ଦିର, ଚୂଆପଡ଼ା ଗ୍ରାମର ହନୁମାନ ମନ୍ଦିର ଓ ଶିବ ମନ୍ଦିରର ଠାକୁରଙ୍କର ସମସ୍ତ ସୁନା ଓ ରୂପା ଅଳଙ୍କାର ଚୋରି କରିଥିବା ଜଣାପଡ଼ିଛି। ଏହାକୁ ନେଇ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply