ନିରୋଗ ରହିବାର ସୂତ୍ର, ଏହି ୫ଟି ଖାଦ୍ୟ

ଶୀତ ଦିନ ରୋଗ ପ୍ରତିରୋଧକ କ୍ଷମତା ପରୀକ୍ଷାର ଋତୁ ବୋଲି କୁହାଯାଏ । ଏହି ଦିନରେ ଗ୍ରହଣ କରାଯାଉଥିବା ଭୋଜନ ଶରୀରକୁ ହୃଷ୍ଟପୃଷ୍ଟ କରିବାରେ ସାହାର୍ଯ୍ୟ କରିଥାଏ । ଅଧିକାଂଶ ଲୋକ ନିଜ ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦିଅନ୍ତି । ହେଲେ ସେମାନେ ଯଦି ଏହି ୫ଟି ଖାଦ୍ୟକୁ ଭୋଜନ ତାଲିକାରେ ସାମିଲ କରନ୍ତି ତେବେ ସେମାନଙ୍କୁ ରୋଗ କେବେ ଗ୍ରାସ ନାହିଁ ।

ସେହି ୫ଟି ନିରୋଗୀ ଖାଦ୍ୟ ହେଉଛି ଅଁଳା, ଲେମ୍ବୁ, ଅଦା, ତୁଳସୀ ଏବଂ କଞ୍ଚା ହଳଦୀ । ଏହାକୁ ୨୧ ଦିନ ସେବନ କରିବାକୁ ପରାମର୍ଶ ଦିଆଯାଇଛି ।  ବୈଜ୍ଞାନିକ ମତ ଅନୁଯାୟୀ, କୌଣସି ଔଷଧ ବା ଖାଦ୍ୟକୁ ୩ ସପ୍ତାହ ନିୟମିତ ସେବନ କରିବା ଦ୍ବାରା ଶରୀର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିଥାଏ ।

ଅଁଳା: ଶୀତ ଦିନରେ ଅଁଳା ପ୍ରର୍ଯ୍ୟାପ୍ତ ପରିମାଣରେ ବଜାରରେ ମିଳେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଅଁଳା ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଅଳଁ ଶରୀରରେ ଭିଟାମିନ୍ ସି କମ୍ ହେବାକୁ ଦିଏନାହିଁ ।

ଅଦା: ଏକ ଚାମଚ ଅଦା ରସ ସହ ଏକ ଚାମଚ ମହୁ ମିଶାଇ ପ୍ରତିଦିନ ସଂଧ୍ୟାରେ ଓ ସକାଳେ ପିଇବା ଦ୍ବାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ । ସର୍ଦ୍ଦି, କାଶରୁ ଆରମ ମିଳିଥାଏ । ଏହା ସହ କର୍କଟ ଓ ପେଟ ରୋଗ ହୋଇନଥାଏ ।

କଞ୍ଚା ହଳଦୀ: କାହିଁ କେଉଁ କାଳରୁ ହଳଦୀ ଆମ ଖାଦ୍ୟ ବ୍ୟଞ୍ଜନରେ ସାମିଲ ହୋଇ ଆସୁଛି । ସର୍ଦ୍ଦି, କାଶ ବା ଆଘାତ ଲାଗିଲେ, ଏକ ଗ୍ଲାସ କ୍ଷୀର ସହ ହଳଦୀ ମିଶାଇ ପିଇବା ଦ୍ବାରା ଏସବୁ ସମସ୍ୟା ତୁରନ୍ତ ଆରମ ମିଳିଥାଏ । ହଳଦୀରେ ଆଣ୍ଟିବ୍ୟାକ୍ଟେରିଆ ତ୍ବତ୍ତ ଏବଂ କର୍କଟରୋଧୀ ଗୁଣ ଭରପୁର ମାତ୍ରାରେ ରହିଥାଏ ।

ଲେମ୍ବୁ: ଶରୀରର ବିଷାକ୍ତ ତ୍ବତ୍ତକୁ ନିଷ୍କାସନ କରି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରେ ଲେମ୍ବୁ । ତେଣୁ ପ୍ରତିଦିନ ଏକ ଗ୍ଲାସ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଶରୀର ପାଇଁ ଫଳପ୍ରଦ ଅଟେ ।

ତୁଳସୀ: ତୁଳସୀରେ ଆକ୍ସିଡେଣ୍ଟ ଗୁଣ ରହିଥାଏ । ଏହାକୁ ସେବନ କରିବା ଦ୍ବାରା ବିଭିନ୍ନ ରୋଗରୁ ଲାଭ ମୁକ୍ତି ମିଳିଥାଏ । ସର୍ଦ୍ଦି, କାଶ ଠାରୁ ଆରମ୍ଭ କର୍କଟ ଭଳି ରୋଗରୁ ଉପଶମ ମିଳିଥାଏ । ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ତୁଳସୀ ହେଉଛି ସବୁଠାରୁ ସହଜ ଓ ସରଳ ଉପାୟ ।

 

Comments are closed.