ତିନି ଦିନ ଭିତରେ ରାଜ୍ୟଗୁଡିକୁ ମିଳିବ ୯ ଲକ୍ଷରୁ ଅଧିକ ପାନ କୋଭିଡ ଟିକା

ଏବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିକଟରେ ରହିଛି ୧ କୋଟି ପାନରୁ ଅଧିକ ଟିକା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିକଟରେ ସଂପ୍ରତି ୧ କୋଟି ୪ ଲକ୍ଷ ୩୦ ହଜାର ୬୩ ପାନ କୋଭିଡ ଟିକା ମହଜୁଦ ଅଛି। ଆଗାମୀ ତିନିଦିନ ମଧ୍ୟରେ ସେମାନଙ୍କୁ ୯ ଲକ୍ଷ ପାନରୁ ଅଧିକ ଟିକା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମାଗଣାରେ ୧୭ କୋଟି ୯୩ ଲକ୍ଷ ୫୭ ହଜାର ୮୬୦ ପାନ କୋଭିଡ ଟିକା ଯୋଗାଇ ସାରିଛନ୍ତି। ସେଥିମଧ୍ୟରୁ ମୋଟ ୧୬ କୋଟି ୮୯ ଲକ୍ଷ ୨୭ ହଜାର ୭୯୭ ପାନ ଟିକା ବ୍ୟବହାର କରାଯାଇସାରିଛି। ସେଥିରେ ସାମାନ୍ୟ କିଛି ନଷ୍ଟ ମଧ୍ୟ ହୋଇଛି। କେନ୍ଦ୍ର ସରକାର ଆଗାମୀ ତିନିଦିନ ମଧ୍ୟରେ ଆଉ ୯ ଲକ୍ଷ ୨୪ ହଜାର ୯୧୦ ପାନ ଟିକା ଯୋଗାଇଦେବାକୁ ପଦକ୍ଷେପ ନେଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଦେଶରେ କୋଭିଡ ମହାମାରୀର ମୁକାବିଲା ନିମନ୍ତେ ନମୁନା ପରୀକ୍ଷା, କୋଭିଡ ସର୍ତ୍ତାବଳୀ ପାଳନ ସହିତ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି।

Comments are closed.