ବାଲେଶ୍ୱରରେ ବିଜେଡି ଓ ବିଜେପିର ବାଦୀପାଲା : ଲୋକଙ୍କ ପ୍ରସଙ୍ଗକୁ ଏଡାଇ ଦେବାକୁ ଚକ୍ରାନ୍ତ

ଭୁବନେଶ୍ୱର : ବାଲେଶ୍ୱର ଉପନିର୍ବାଚନ ପ୍ରଚାର ସମୟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କର “ବିଜେପି କୁ ଏକ ସୁଯୋଗ ମିଳିଛି” ବକ୍ତବ୍ୟକୁ ନେଇ ବିଜେଡି ଓ ବିଜେପି ଭିତରେ ଯେଉଁ ବାଦୀପାଲା ଚାଲିଛି ତାକୁ ତାତ୍ସଲ୍ୟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।ବାଲେଶ୍ୱରବାସୀଙ୍କ ମୁଖ୍ୟ ସମସ୍ୟା ଓ ପ୍ରସଙ୍ଗ ଗୁଡିକୁ ଏଡାଇଦେବା ପାଇଁ ଏହା ସେମାନଙ୍କର ସୁଚିନ୍ତିତ ଉଦେଶ୍ୟ। ବାସ୍ତବରେ ଉଭୟ ବିଜେଡି ଏବଂ ବିଜେପି ବାଲେଶ୍ୱରବାସୀଙ୍କ ପାଇଁ କିଛି ବିକାଶ ମୂଳକ କାମ କରିନାହାନ୍ତି।ତେଣୁ ଲୋକଙ୍କ ପାଖରେ ତାଙ୍କର ନିଜ ସପକ୍ଷରେ କହିବାର କିଛି ନାହିଁ। ବାଲେଶ୍ଵରର ସମସ୍ୟା ସମ୍ପର୍କରେ ସେମାନେ ବ୍ୟଥିତ ନୁହନ୍ତି। ନିଜର ଅପାରଗତା ଏବଂ ସମ୍ବେଦନ ହୀନତା ଲୁଚେଇବା ପାଇଁ ଅଦରକାରୀ କଥା ଗୁଡିକୁ ପ୍ରସଙ୍ଗ କରି ସେମାନେ ବାଦୀପାଲାରେ ମାତିଛନ୍ତି। ସଚେତନ ବାଲେଶ୍ୱରବାସୀ ଏହି ବାଦୀପାଲାରେ ଆମୋଦିତ ହୁଅନ୍ତୁ କିନ୍ତୁ ଭୋଟ ଦେଲାବେଳେ ନିଜର ଉଚିତ ବିଚାର ରଖନ୍ତୁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ କହିଛନ୍ତି।

Comments are closed.