ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟ ଯୁବ କଲ୍ୟାଣ ପରିଷଦର ସ୍ମୃତିଚାରଣ

ଭୁବନେଶ୍ୱର:  ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ସ୍ମୃତିଚାରଣ କରାଯିବା ସହ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରାଯାଇଛିି । ଭୁବନେଶ୍ୱର ମଧୁସୂଦନ ମାର୍ଗସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ  ବିଜୟ କୁମାର ନାୟକ ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିକୃତିରେ ଶ୍ରଦ୍ଧାସୁମନ ଅର୍ପଣ ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ରାଜ୍ୟ ଯୁବ କଲ୍ୟାଣ ପରିଷଦର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ ।
ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ବେଶରେ ନିଜକୁ ସଜାଇ ସାରାଦେଶରେ ପଦଯାତ୍ରା କରିଥିବା ସାଇରାମ୍‌ ଗାନ୍ଧୀଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରକାଶ ଥାଉ କି, ସାଇରାମ୍‌ ଗାନ୍ଧୀ ଓରଫ ମୋହନ ମହାପାତ୍ରଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ‘ସିଲଭର ଗାନ୍ଧୀ’ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ଲାଭ କରିଛି ।

Comments are closed.