୨୦୨୨ ମାର୍ଚ୍ଚ ୧୦ରେ ସରୁଛି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ; ସରିନି ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ସମ୍ଭାବନା ରହିଛି-ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ସମ୍ଭାବନା ରହିଛି। ରାଜ୍ୟ ସରକାର କାମ ଶେଷ ହୋଇ ନ ଥିବାରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ। ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୧୦ରେ ସରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ, ସଂରକ୍ଷଣ କାର୍ଯ୍ୟ କରାଯାଇନାହିଁ। ତେଣୁ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି ଯେ ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି। ପଞ୍ଚାୟତ ପ୍ରତିନିଧିଙ୍କ କାର୍ୟ୍ୟକାଳ ମାର୍ଚ୍ଚ ୧୦, ୨୦୨୨ରେ ଶେଷ ହେଉଛି। ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ଶେଷ କଥା। ଏ ଦୁଇଟି କାମ ସାରିବାକୁ ରାଜ୍ୟ ସରକାରଙ୍କୁ ଆମେ ଚିଠି କରିଛୁ। ଏ ଦୁଇଟି କାର୍ଯ୍ୟ ଶେଷ ହେଲେ କମିଶନ ନିର୍ବାଚନ ପାଇଁ ପଦକ୍ଷେପ ନେବେ। ବର୍ତ୍ତମାନ ପର୍ଯ୍ୟନ୍ତ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ କାର୍ଯ୍ୟ କରାଯାଇନାହିଁ। ସେ ଦୃଷ୍ଟିରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ସମ୍ଭାବନା ରହିଛି।


ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ନିର୍ବାଚନ କମିଶନ ସରକାରଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି। ତଥାପି ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଶେଷ କରିନାହାନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟା ଗତ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ଗତ ମାର୍ଚ୍ଚ ୧୦ରେ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତିରାଜ ବିଭାଗକୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା। ତେବେ ଏଥିନେଇ ରାଜ୍ୟ ସରକାରଙ୍କଠାରୁ କୌଣସି ଯୋଗାଯୋଗ କରାଯାଇନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ ପ୍ରକାଶ କରିଛନ୍ତି।
ପୌର ଓ ପଞ୍ଚାୟତ ନିର୍ବାଚନରେ ପୂର୍ବରୁ ୬୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ସ୍ଥାନୀୟ ଅଞ୍ଚଳ ନିର୍ବାଚନ(ଲୋକାଲ ବଡି ଇଲେକସନ)ରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ସୀମା ପୁନଃ ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଯାହା ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ। ପ୍ରତି ୫ ବର୍ଷରେ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି। ତେଣୁ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ଏସବୁ କାର୍ଯ୍ୟ ଶେଷ କରିବେ ବୋଲି ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି।

Comments are closed.