ଓମାନ ସୁଲତାନଙ୍କ ବିୟୋଗରେ ସୋମବାର ରାଷ୍ଟ୍ରୀୟ ଶୋକ ଘୋଷଣା

ନୂଆଦିଲ୍ଲୀ: ଓମାନ ସୁଲତାନ କାବୁସ ବିନ୍‌ ସୈଦ ଅଲ୍‌ ସୈଦଙ୍କ ବିୟୋଗକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଦିନକ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଗତ ୧୦ ତାରିଖରେ ଓମାନ ସୁଲତାନ କାବୁସ ବିନ୍‌ ସୈଦ ଅଲ୍‌ ସୈଦଙ୍କ ପରଲୋକ ଘଟିଥିଲା। ତାଙ୍କୁ ସମ୍ମାନ ଜଣାଇ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୧୩ ତାରିଖରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ମୁଖପାତ୍ର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏହି ସମୟରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ଅବସ୍ଥାରେ ରଖାଯିବ।

Comments are closed.