କଣ୍ଟାବାଞ୍ଜିରେ ଟ୍ରାଫିକ ସମସ୍ୟା 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଯାନବାହାନ ସଂଖ୍ୟା ମଧ୍ୟ ବର୍ଷକୁ ବର୍ଷ ଦଶ ଗୁଣା ବୃଦ୍ଧି ପାଉଛି। ହେଲେ ଟ୍ରାଫିକ ସମସ୍ୟା ସୁଧୁରିବାରେ ନାଁ ନେଉନାହିଁ । ସହରରେ ଦୁଇଚକିଆ, ଚାରି ଚକିଆ ଯାନ ବେପରୁଆ ଭାବେ ଚଳାଉଥିବା ବେଳେ ଟ୍ରାଫିକ ନିୟମ ମାନୁ ନାହାନ୍ତି କି, ପୁଲିସ ପାଖରେ ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି । ମୁଖ୍ୟ ଛକ ଇନ୍ଦିରା ଚୌକ, ଶାସ୍ତ୍ରୀ ଚୌକରେ ଜଣେ ଜଣେ ହୋମଗାର୍ଡରେ ଟ୍ରଫିକ ନିୟନ୍ତ୍ରଣ ପାଇଁ ଥାନା ପକ୍ଷରୁ ନିୟୋଜିତ କରିଥିବା ଦେଖିବାକୁ ମିଳୁଛି । କିନ୍ତୁ ଜଣେ ଦୁଇ ଜଣ ହୋମଗାର୍ଡ ଭିଡ଼ ସମୟରେ ନିୟନ୍ତ୍ରଣ କରିବାରେ ବିଫଳ ହେବା ଦିଖିବାକୁ ମିଳୁଛି ।
ରାସ୍ତାକଡରେ ଭାରୀଯାନ ଲୋଡିଂ ଅନଲୋଡ଼ିଂ ପାଇଁ ଟ୍ରାଫିକ ନିୟମକୁ ବେଖାତିର କରି ଦୋକାନ ସାମ୍ନାରେ ରଖୁଥିବା ଦେଖାଯାଉଛି।  ଏହି ସମସ୍ୟା ଦୈନିକ ବଜାର, ସାପ୍ତାହିକ ବଜାର, ଇନ୍ଦିରା ଚୌକ, ଶାସ୍ତ୍ରୀ ଚୌକ, ବଜାର ରୋଡ଼ରେ ଦୈନନ୍ଦିନ ଟ୍ରାଫିକ ସମସ୍ୟା ଲାଗି ରହିଛି । ପଥଚାରି, ସାଇକେଲ ଆରୋହୀ, ସ୍କୁଲ ପିଲା ମାନେ ଯାତାୟାତ ସମୟରେ ବହୁ ଅସୁବିଧାରେ ପଡୁଥିବା ବେଳେ, ଅଧିକାଂଶ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁ ଥିବା ଦେଖିବାକୁ ମିଳୁଛି । ରାଜ୍ୟ ସଡ଼କ ପରିବହନ ଓ ଟ୍ରାଫିକ ନିୟମକୁ ଫୁ କରି ଅପ୍ରାପ୍ତ ବୟସ୍କ ପିଲାମାନେ ବାଇକ, କାର ବିନା ଲାଇସେନ୍ସ ଚଳାଉଥିବା ଦେଖାଯାଉଥିବା ବେଳେ ଜିଲ୍ଲା ଆର. ଟି. ଓ, ଓ ପୁଲିସ ତରଫରୁ ଠୋସ ପଦକ୍ଷପ ନେଲେ, କିଛି ମାତ୍ରାରେ ଟ୍ରାଫିକ ସମସ୍ୟା ସୁଧୁରିଯାନ୍ତା ।  ଏଣେ ଟ୍ରାଫିକ ସମସ୍ୟା ଉପରେ ବହୁବାର ଗଣ ମାଧ୍ୟମରେ ଖବର ପ୍ରସାରଣ ହେଉଛି । ଏହି ସମ୍ବେଦନଶୀଳ ଟ୍ରାଫିକ ସମସ୍ୟା ଉପରେ ଆମ ପୁଲିସ ସମିତି ବୈଠକ ବିଶେଷତ୍ୱ ଚର୍ଚ୍ଚା ହୋଇ,ପୁଲିସ ତରଫରୁ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦିଆଯାଉଥିବା ବେଳେ, କେବଳ ପ୍ରତିଶ୍ରୁତିରେ ରହିଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଯଥାଶୀଘ୍ର କଣ୍ଟାବାଞ୍ଜିରେ ନୂତନ ଭାବରେ ଯୋଗ ଦେଇ ଥିବା ଏସ. ଡି. ପି.ଓ ଏବଂ ଜିଲ୍ଲା ସଡ଼କ ଓ ପରିବହନ ଅଧିକାରୀ ଦ୍ବୟ ଠୋସ ପଦକ୍ଷେପ ନେବାକୁ ଜନ ସାଧାରଣରେ ଦୃଢ ଦାବି ହୋଇଛି ।

Comments are closed.