ରେଳବାଇ ସ୍ଥରୀୟ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ସମାଜ ପୋର୍ଟାଲ ଡେସ୍କ: ପୁଲିସ ଡିଜି ଶ୍ରୀ ଅଭୟଙ୍କ ଅଧ୍ୟକ୍ଷତାରେ ୨୦୨୦ ମସିହାର ପ୍ରଥମ ତ୍ରୈମାସିକ ରେଳବାଇ ସ୍ଥରୀୟ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ରେଳଯାତ୍ରୀଙ୍କ ସୁରକ୍ଷା, ମହିଳା, ଅବହେଳିତ ପିଲା କିମ୍ବା ଦିବ୍ୟାଙ୍ଗ ମାନଙ୍କୁ ସହାୟତା କରିବା, ଜିଆରଏଫ, ଆରପିଏଫ ଏବଂ ରେଳବାଇ ପୁଲିସ ମଧ୍ୟରେ ସମନ୍ୱୟ ରକ୍ଷା, ନିଶା ଦ୍ରବ୍ୟ ପରିବହନ, ରେଳବାଇ ସମ୍ପତ୍ତି ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ରେଳ ଷ୍ଟେସନଗୁଡିକରେ ସିସି ଟିଭି ସ୍ଥାପନ କରିବା ବିଷୟରେ ଆଲୋଚନା କରାଯାଇଛି।

ଏହି ବୈଠକରେ ଅତିରିକ୍ତ ପୁଲିସ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଆଇଜି ରାଜା ରାମ, ଆରପିଏଫ ଆଇଜି ଡ଼ି.ବି. କସୋର, ଯୁଗ୍ମ ନିର୍ଦ୍ଦେଶକ ରାଜେଶ ସୁବର୍ଣ୍ଣ, ଡ଼ିଆଇଜି ଅନିରୁଦ୍ଧ କୁମାର ସିଂହ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Comments are closed.