ଜୁନ୍‍ ୧ରୁ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ

ଭୁବନେଶ୍ୱର: ଜୁନ୍‍ ୧ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ‘ଆମ୍ବ ମହୋତ୍ସବ-୨୦୧୯’। ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓର୍‍ମାସ୍‍) ଏବଂ ଓଡ଼ିଶା ଜୀବିକା ମିଶନ୍‍ର ମିଳିତ ଉଦ୍ୟମରେ ଏହି ମହୋତ୍ସବ ଜୁନ୍‍ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହେବ।

ଏ ନେଇ ରାଜ୍ୟର ପ୍ରମୁଖ ଆମ୍ବ ଉତ୍ପାଦନକାରୀ ଆଠଟି ଜିଲ୍ଲା ଅନୁଗୋଳ, ରାୟଗଡ଼ା, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ, ଢେଙ୍କାନାଳ ଓ ଗଜପତିର ଜିଲ୍ଲାସ୍ତରୀୟ ଅଧିକାରୀ, ଉତ୍ପାଦକ କମ୍ପାନୀ ଓ ଗୋଷ୍ଠୀଗୁଡ଼ିକର କର୍ମକର୍ତାମାନଙ୍କ ସହିତ ଓର୍‍ମାସ୍‍ର ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଆମ୍ବ ଚାଷୀମାନେ ଏହି ମହୋତ୍ସବରେ ଯୋଗଦେଇ ଆମ୍ବର ପ୍ରଦର୍ଶନ ଓ ବିକ୍ରି କରିପାରିବେ। ଏଥିରେ ଜନସାଧାରଣ ଓଡ଼ିଶାର ପୁରପଲ୍ଲୀରେ ଉତ୍ପାଦିତ ହେଉଥିବା ସଦ୍ୟ ସ୍ୱାଦିଷ୍ଟ କିସମର ଆମ୍ରପାଲି, ଦଶେରୀ, ମଲ୍ଲିକା, ଲେଙ୍ଗେଡ଼ା, ବାଇଗଣପାଲି, ହିମସାଗର, ତୋଟାପୁରୀ, ସୁନ୍ଦରୀ ଭଳି ବିଭିନ୍ନ ଦେଶୀ ଆମ୍ବ କିଣି ପାରିବେ।

Comments are closed.