ଉପ ନିର୍ବାଚନ ପାଇଁ ଖୋଲିଲା ରାଜ୍ୟସ୍ଥରୀୟ ନିୟନ୍ତ୍ରଣ କକ୍ଷ

ଭୁବନେଶ୍ବର: ରାଜ୍ୟର ୩୮- ବାଲେଶ୍ବର ଓ ୧୦୨-ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପ ନିର୍ବାଚନ ପାଇଁ ରାଜ୍ୟସ୍ତରରେ ଏକ ନିୟନ୍ତ୍ରଣ କକ୍ଷ କାର୍ୟ୍ୟକ୍ଷମ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ଏହା ଖୋଲା ଯାଇଛି।

ନିୟନ୍ତ୍ରଣ କକ୍ଷ ଫୋନ ନମ୍ବର ୦୬୭୪-୨୩୯୧୧୫୫ ଓ ଫାକ୍ସ ନମ୍ବର ୦୬୭୪-୨୫୩୬୬୪୫ରେ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଜନସାଧାରଣ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇପାରିବେ। ସେଠାରେ ସେସବୁର ଶୁଣାଣି ଓ ସମାଧାନ କରାଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.