କରୋନା ପାଇଁ ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ବର : କୋଭିଡ଼ ୧୯ ମୁକାବିଲା ପାଇଁ ରାଜ୍ୟ ସରକାର ବୁଧବାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମିନାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, କରୋନା ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବଙ୍କ ଓଏସଡ଼ି ଦାୟିତ୍ବରେ ଥିବା ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, ଆଇଟି ସଚିବ ମନୋଜ ମିଶ୍ର, କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଓଏସଡ଼ି ଦାୟିତ୍ବରେ ଥିବା ଓଏମସିର ପରିଚାଳନା ନିର୍ଦେଶକ ଆର.ଭିନିଲ କ୍ରିଷ୍ଣା ପ୍ରମୁଖ ସଦସ୍ୟ ଅଛନ୍ତି । ଉକ୍ତ କମିଟି ବିଭିନ୍ନ ଅନୁଷ୍ଠାନ, ବି​‌େଶ‌ଷଜ୍ଞ, ଏ କ୍ଷେତ୍ରରେ କାର୍ଯ୍ୟରତ ସଂସ୍ଥା ଓ ବୈଷୟିକ କମ୍ପାନୀଗୁଡ଼ିକ ସହିତ ଆଲୋଚନା କରି ସରକାରଙ୍କୁ କରୋନା ମୁକାବିଲା ସଂକ୍ରାନ୍ତରେ ପରାମର୍ଶ ଦେବ। କମିଟି ଚାହିଁଲେ ବିଭିନ୍ନ ସରକାରୀ ଓ ବେସରକରୀ ସଂସ୍ଥାର ବ୍ୟକ୍ତିବି​‌େ​ଶଷଙ୍କୁ ଏଥିରେ ସଦସ୍ୟ ଭାବେ ନିଯୁକ୍ତି ଦେବା ସହିତ ପରାମର୍ଶଦାତା ଫାର୍ମଗୁଡ଼ିକୁ ଏ କ୍ଷେତ୍ରରେ ନିୟୋଜିତ କରିପାରିବେ। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।