୫୪ତମ ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦଘାଟିତ

ଅଂଶ ଗ୍ରହଣ କରିଛନ୍ତି ୨୩ ଜିଲାର ୪o ଟିମ, ପ୍ରଥମ ଦିବସରେ ୨୨ଟି ମ୍ୟାଚ ଅନୁଷ୍ଠିତ

ଅନୁଗୋଳ :  ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗୀତା ସ୍ଥାନୀୟ ଷ୍ଟାଡିୟମ ପରିସରରେ ସୋମବାର ଶୁଭାରମ୍ଭ ହୋଇ ଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଓ ପାଳଲହଡା ବିଧାୟକ ମୁକେଶ ପାଳ ଅତିଥି ଭେବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭବେ ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ  ସଭାକୁ ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବେହେରା ଏହି ଅବସରରେ କହିଥିଲେ ଯେ, ମଣିଷର ମୂଲ୍ୟ ଅମୂଲ ମୁଲ। ନିଷ୍ଠାର ସହ କାର୍ଯ୍ୟ ପ୍ରତିପାଦନ କରି ନିଜ ନିଜର ମୂଲ୍ୟ ବଢ଼ାଇବାରେ ଏହା ହେଉଛି ପ୍ରକୃତ ମଧ୍ୟମ । ତେଣୁ ଯେଉଁ ଖେଳାଳି ମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ଆଜି ଯୋଗଦେଇଛନ୍ତି ସେମାନେ ନିଜକୁ ପ୍ରତିପାଦିତ କରି ସର୍ବଭାରତୀୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରି ଓଡିଶା ପାଇଁ ସୁନାମ ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ଭବେ ପାଳଲହଡା ବିଧାୟକ ଶ୍ରୀ ପାଳ ଯୋଗାଦେଇ କହିଥିଲେ ଯେ, ଓଡିଶା ସରକାର ଏବେ ଖେଳକୁ ପ୍ରାଧାନ୍ୟ ଦେଉଥିବା ବେଳେ ଅନୁଗୋଳ ଜିଲା ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଖୋ ଖୋ ଖେଳର ଆୟୋଜନ କରି ଜିଲାକୁ ଗୌରବାନିତ୍ୱ କରିଛି। ଅନ୍ୟତମ ଅତିଥି ଭାବେ ଡେପୁଟି କଲେକ୍ଟର ବୈତୁରା ଦୀପ ଓ ଜିଲା ଆଇ ପି ଓ ପ୍ରଶାନ୍ତ ସିହ୍ନା ମଞ୍ଚାସିନ ଥିଲେ। ଶେଷରେ ଏହି ଖେଳର ସଂଗଠନ ସଂପାଦକ  ତଥା ଜିଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଧନ୍ୟବାଦ ପ୍ରଦାନ କରିଥିଲେ |

ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ରାଜ୍ୟର ୨୩ ଟି ଜିଲାର ୪o ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଏହି ୪oଟି ଦଳରୁ ୨୨ ଟି ପୁରୁଷ ଦଳ ହୋଇଥିବା ବେଳେ ୧୮ ଟି ମହିଳା ଦଳ ସାମିଲ ହୋଇଛନ୍ତି। ତିନିଦିନ ଧରି ହେବାକୁ ଥିବା ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ଆଜି ଉଦଘାଟନ ଦିବସରେ ମୋଟ ୨୨ ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଆଜି ସକାଳେ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ବେଳେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ମୋଟ ୬୭o ଜଣ ଖେଳାଳି ଓ ଅଫିସିଆଲ ଏଥିରେ ଅଂଶ ଗ୍ରହଣ କରିଛନ୍ତି।

Comments are closed.