ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା ମାମଲା-୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର ଆେୟାଗଙ୍କ ନିର୍ଦେଶ

ଭୁବନେଶ୍ୱର: ଝାରପଡା ସ୍ବତନ୍ତ୍ର କାରାଗାର ମଧ୍ୟରେ ଜଣେ ବିଚାରାଧୀନ ବନ୍ଦୀ ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆେୟାଗ ମୃତକଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ଗୋଟିଏ ମାମଲାରେ ଦଣ୍ଡିତ ତଥା ଅନ୍ୟ ଏକ ମାମଲାରେ ବିଚାରାଧୀନ ବନ୍ଦୀ ଭାବରେ ଭୁବନେଶ୍ୱରସ୍ଥିତ ଝାରପଡା ସ୍ୱତନ୍ତ୍ର କାରାଗାରରେ ରହୁଥିବା ଜିତେନ୍ଦ୍ର କୁମାର ବିଶ୍ବାଳ ୨୦୧୮ ମେ ୧୨ ତାରିଖ ଭୋର୍ ୪ .୪୫ରେ ପାଇଖାନାରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ହୋଇଥିଲା। ତଦନ୍ତ ବିବରଣୀରେ ଦର୍ଶାଯାଇଥିଲା ଯେ ଜିତେନ୍ଦ୍ର ଆତ୍ମହତ୍ୟା କରିବା ପୂର୍ବରୁ ଅତ୍ୟନ୍ତ ମାନସିକ ବିଷାଦର ଶିକାର ଥିଲେ ଏବଂ ମାନସିକ ବିଷାଦ ହେତୁ ସେ ଆତ୍ମହତ୍ୟା କରିଥିଲେ।

ଏହି ଘଟଣାରେ ଉପଯୁକ୍ତ ତଦନ୍ତ ଓ କ୍ଷତିପୂରଣ ଦାବି କରି ମାନବାଧିକାର କର୍ମୀ ତଥା ଆଇନଜୀବୀ ପ୍ରବୀର କୁମାର ଦାସ ରାଜ୍ୟ ମାନବାଧିକାର ଆେୟାଗରେ ଏକ ମାମଲା ରୁଜୁ କରିଥିଲେ। ମାମଲାର ବିଚାର କରି ମୃତକ ଜିତେନ୍ଦ୍ର ବିଶ୍ୱାଳ ଘୋର ମାନସିକ ବିଷାଦର ଶିକାର ହୋଇଥିବା ବିଷୟରେ ଅବଗତ ଥାଇ ମଧ୍ୟ କାରାଗାର କର୍ତ୍ତୃପକ୍ଷ ତାଙ୍କୁ କୌଣସି ମାନସିକ ଚିକିତ୍ସା କିମ୍ବା କାଉନସେଲିଂ ବ୍ୟବସ୍ଥା କରିବାରେ ବିଫଳ ହୋଇଥିଲେ। ଏହା କାରାଗାର କର୍ତ୍ତୃପକ୍ଷଙ୍କ ଚରମ ଅବହେଳା େବାଲି ଆେୟାଗ ମନ୍ତବ୍ୟ େଦଇଥିଲେ। ଏହି ଦାୟିତ୍ବହୀନତା ପାଇଁ କଣେ ୩୨ ବର୍ଷ ବୟସ୍କ ବନ୍ଦୀ କାରାଗାର ହାଜତରେ ମୃତ୍ୟୁବରଣ କରିଥିବାରୁ ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ େଦଇଛନ୍ତି। ଆେୟାଗର ଅଧ୍ୟକ୍ଷ ଜଷ୍ଟିସ ବିଜୟକାନ୍ତ ପଟେଲ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। ଆେୟାଗ ତାଙ୍କ ନିର୍ଦେଶରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ଜିଲାପାଳ ଦୁଇମାସ ମଧ୍ୟରେ ମୃତ ଜିତେନ୍ଦ୍ର ବିଶ୍ବାଳଙ୍କ ପିତା ପ୍ରେମାନନ୍ଦ ବିଶ୍ୱାଳ ଓ ମାତା ଦୀପ୍ତିମୟୀ ବିଶ୍ବାଳ ଉଭୟଙ୍କୁ ୨ଲକ୍ଷ ଟଙ୍କା ଦେବା ସହିତ ଜିତେନ୍ଦ୍ରଙ୍କର ପତ୍ନୀ ଯିଏକି ଇତିମଧ୍ୟରେ ଅନ୍ୟତ୍ର ବିବାହ କରିସାରିଛନ୍ତି ତାଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ପଦକ୍ଷେପ ନେବେ। କ୍ଷତିପୂରଣ ବାବଦ ଅର୍ଥରାଶି ଦୁଇମାସ ମଧ୍ୟରେ ପ୍ରଦାନ କରିବାକୁ ମଧ୍ୟ ନିର୍ଦେଶରେ ଉଲ୍ଲେଖ ରହିଛି।

Comments are closed.