ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡ୍‌ ମହାମାରୀ ମୁକାବିଲା ପାଇଁ  ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ସଙ୍ଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ  ୨୦୨୦ ଏପ୍ରିଲରୁ ବ୍ୟବହାର କରିଆସୁଥିଲେ। ଏହାର ଭଡ଼ା ବାବଦ ଦେୟ ୨ କୋଟି ୧୬ ହଜାର ଟଙ୍କା ଥିବାବେଳେ ଓଡ଼ିଶା ସରକାର ତାହାକୁ ଛାଡ଼ କରିଛନ୍ତି। ମହାମାରୀର ଏ ବିପଦ ସମୟରେ ମାନଵିକତା ତଥା ମୁମ୍ବାଇର ଜନସାଧାରଣଙ୍କ ପ୍ରତି ସଦିଚ୍ଛା ପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନ ଭଡା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା ନିମନ୍ତେ ଓଡ଼ିଶା ମହାରାଷ୍ଟ୍ରକୁ ଜରୁରୀ ଭିତ୍ତିରେ ଗତ ୧୫ ଦିନ ହେଲା  ଅମ୍ଳଜାନ ମଧ୍ୟ ଯୋଗାଉଛି।

Comments are closed.