ଶ୍ରୀନଗରରେ ଆରମ୍ଭ ହେବ ଟେଲି-ମେଡିସିନ୍‍ ସେବା

ଶ୍ରୀନଗର: ଶ୍ରୀନଗରରେ ସ୍ୱାସ୍ଥ୍ୟସେବାର ଉନ୍ନତି ଆଣିବାପାଇଁ ଜମ୍ମୁ-କାଶ୍ମୀର ସରକାର ଖୁବ୍‍ ଶୀଘ୍ର ଟେଲି-ମେଡିସିନ୍‍ ସେବା ଆରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ଶ୍ରୀନଗର ଜିଲ୍ଲାରେ ସବୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସଂଯୁକ୍ତ ହେବେ। ଉପଗ୍ରହଭିତ୍ତିକ ନେଟ୍‍ୱାର୍କ ବ୍ୟବସ୍ଥାରେ ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଟେଲି ମେଡିସିନ୍‍ ସେବା ପ୍ରବର୍ତ୍ତନ ହେବ। ଏଥିପାଇଁ ବିଭିନ୍ନ ସଂସ୍ଥା ସହ ଯୋଗାଯୋଗ ଆରମ୍ଭ ହୋଇଛି। ଶ୍ରୀନଗର ସ୍ମାର୍ଟ ସିଟି ପ୍ରକଳ୍ପ ଅଧୀନରେ ଏହା କାର୍ଯ୍ୟ କରିବ। ଏହାଛଡ଼ା ଏହି କାର୍ଯ୍ୟକ୍ରମରେ ଶ୍ରୀନଗରସ୍ଥିତ ଶେର୍‍-ଇ-କାଶ୍ମୀର୍‍ ଚିକିତ୍ସା ଗବେଷଣା ପ୍ରତିଷ୍ଠାନ ଏବଂ ମେଡିକାଲ୍‍ କଲେଜ୍‍ ନୋଡାଲ୍‍ ଏଜେନ୍‍ସି ଭାବେ କାର୍ଯ୍ୟ କରି ଏହାର ବିଶେଷଜ୍ଞଙ୍କ ଜରିଆରେ ସବୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଟେଲି ମେଡିସିନ୍‍ ସେବା ଯୋଗାଇ ଦେବ। ଏଥିପାଇଁ ଏହି ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯାଉଛି।

ଏହି ଯୋଜନାରେ ଏକ ସମ୍ବଳ ଓ ସାମର୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସାମର୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଯୋଜନା ସହ ଜଡିତ ଅନ୍ୟ କର୍ମଚାରୀଙ୍କୁ ଆବଶକୀୟ ପ୍ରଶିକ୍ଷଣ ଦିଆଯିବ। ଖୁବ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ହେଉଥିବା ଜଣାପଡିଛି।

Comments are closed.