ରାଜ୍ୟବାସୀଙ୍କୁ ହ୍ବାଟ୍‌ସଆପ୍‌ରେ କରୋନା ତଥ୍ୟ ଦେବେ ସରକାର

ଭୁବନେଶ୍ଵର: ରାଜ୍ୟବାସୀଙ୍କ ନିକଟରେ କରୋନା ଭୂତାଣୁ ସମ୍ପର୍କିତ ତଥ୍ୟ ପହଞ୍ଚାଇବା ଲାଗି ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ କୋଭିଡ ହେଲ୍ପ ଡେସ୍କ ଖୋଲାଯାଇଛି। ଲୋକଙ୍କ ନିକଟରେ କରୋନା ତଥ୍ୟ କିପରି ପହଞ୍ଚି ପାରିବ ସେଥିଲାଗି ସରକାର ଏକ ହ୍ବାଟ୍ସଆପ୍‌ ଗ୍ରୁପ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗ୍ରୁପକୁ ବୁଧବାର ଶୁଭାରମ୍ଭ କରିଛନ୍ତି। ଏହି ଗ୍ରୁପର ନାମ ରହିଛି ‘ଓଡ଼ିଶା ସରକାର ହ୍ବାଟ୍ସଆପ୍‌ ଇନ୍‌ଫୋ ଡେସ୍କ’। ହ୍ବାଟ୍ସଆପ୍‌ ପାଇଁ ଏକ ନମ୍ବର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୯୩୩୭୯୨୯୦୦୦। ଯେକୌଣସି ବ୍ୟକ୍ତି ନିଜ ହ୍ବାଟ୍ସଆପ ନମ୍ବରରୁ ସରକାରଙ୍କ ଦ୍ବାରା ପ୍ରଦତ୍ତ ହ୍ବାଟ୍‌ସଆପ ନମ୍ବରରେ ପ୍ରଥମେ ହାଏ(hi) ଲେଖି ପଠାଇଲେ ତାଙ୍କ ନିକଟରେ କରୋନା ସମ୍ପର୍କିତ ତଥ୍ୟ ପହଞ୍ଚିଯିବ ବୋଲି ସୂଚନା ଦିଆଯାଇଛି।

Comments are closed.