ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ଯାତାୟାତ ଖର୍ଚ୍ଚ ; ୫୦ରୁ ୭୫% ଉପସ୍ଥାନ ଥିଲେ ବାର୍ଷିକ ୪ ହଜାର

ଭୁବନେଶ୍ବର : ଛାତ୍ରଛାତ୍ରୀଘଙ୍କ ସଂଖ୍ୟା କମ୍ ଥିବା କେତେକ ସ୍କୁଲକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୧୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି ଦିଆଯିବ । ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ସରକାର ଚିହ୍ନଟ କରିଛନ୍ତି । ଏହି ସ୍କୁଲଗୁଡିକୁ ବନ୍ଦ କରାଯିବ । ପରେ ସଂପୃକ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ନିକଟ ସ୍କୁଲରେ ପାଠ ପଢିବେ । ଯଦି ଉକ୍ତ ସ୍କୁଲର ଦୂରତା ଏକ କିମିରୁ ଅଧିକ ହୁଏ ତେବେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଯାତାୟାତ ଖର୍ଚ୍ଚ ବହନ କରିବେ । ଏଥିପାଇଁ ରାଜ୍ୟ ସରାକର ଏକ ସର୍ତ୍ତ ରଖିଛନ୍ତି । ୭୫%ରୁ ଅଧିକ ଉପସ୍ଥାନ ଥିଲେ ମାସକୁ ୬ଶହ ଏବଂ ବାର୍ଷିକ ୬ ହଜାର ଟଙ୍କା ମିଳିବ । ୫୦ରୁ ୭୫% ଉପସ୍ଥାନ ଥିଲେ ମାସକୁ ୪ଶହ ଏବଂ ବାର୍ଷିକ ୪ ହଜାର ଟଙ୍କା ମିଳିବ । ୩୦ରୁ ୫୦% ମଧ୍ୟରେ ଉପସ୍ଥାନ ରହିଲେ ମାସିକ ୩ ଶହ ଏବଂ ବାର୍ଷିକ ୩ ହଜାର ଟଙ୍କା ମିଳିବ । କିନ୍ତୁ ୩୦%ରୁ କମ୍ ଉପସ୍ଥାନ ଥିଲେ ଯାତାୟାତ ଖର୍ଚ୍ଚ ମିଳିବ ନାହିଁ । ଯାତାୟାତ ଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

Comments are closed.