ରାଜ୍ୟରେ ସରାକାରୀ କର୍ମଚାରୀଙ୍କ କାର୍ଯ୍ୟ ସମୟ ବଦଳିଲା .- ଦିନ ୧୦ରୁ ୫ଟା ୩୦ କାର୍ଯ୍ୟ ସମୟ

ଭୁବନେଶ୍ୱର . – ଏବେ ରାଜ୍ୟ କର୍ମଚାରୀଙ୍କର କାର୍ଯ୍ୟ କରିବା ସମୟ ବଦଳିଛି । ସଚିବାଳୟର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଓ ବିଭାଗରେ କାମ କରୁଥିବା କର୍ମଚାରୀଙ୍କର କାର୍ଯ୍ୟ କରିବା ସମୟରେ ପରିବର୍ତ୍ତନ କରାଯାଇଛି । ଦିନ ୧୦ଟାରୁ ୫ଟା ୩୦ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହି ସରକାରୀ କର୍ମଚାରୀ କାମ କରିବେ । ଦିନ ୧ଟା ୩୦ରୁ ୨ଟା ମଧ୍ୟରେ ଭୋଜନ ବା ମଧ୍ୟାହ୍ନ ଭୋଜନ(ଲଞ୍ଚ) କରିପାରିବେ ।

ଚତୁର୍ଥ ଶନିବାରକୁ ଛୁଟି ବୋଲି ଘୋଷଣା କରାଯାଇଛି । ହେଲେ ଏହି ଦିନ ପୂର୍ବାହ୍ନରେ କର୍ମଚାରୀ କାର୍ଯ୍ୟାଳୟ ଆସି ନିଜ କାର୍ଯ୍ୟର ସମୀକ୍ଷା କରିବେ ।

Comments are closed.