ମତଦାନ ଦିନ ସରକାରୀ ଛୁଟି

ଭୁବନେଶ୍ବର : ରାଜ୍ୟ ସରକାର ମତଦାନ ବା ଭୋଟ ଗ୍ରହଣ ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ସରକାର ଏଥିପାଇଁ ଛୁଟି ଘେଷଣା କରିଛନ୍ତି।

ଆସନ୍ତା ଗୁରୁବାର ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଆଦି ୪ଟି ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି  ୨ୟ ପର୍ଯ୍ୟାୟରେ ୧୮ ତାରିଖରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା  ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ୩ୟ ପର୍ଯ୍ୟାୟରେ ଆସନ୍ତା ୨୩ ତାରିଖରେ  ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବର ଆଦି ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଅନ୍ୟପକ୍ଷରେ ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଆଦି ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ରାଜ୍ୟ ସରକାର ଏହି ଭୋଟ ଗ୍ରହଣ ଦିନଗୁଡିକୁ ସରକାରୀ ଛୁଟି ଘୋଷଣା କରିଛନ୍ତି ।

ସେହିପରି ପୁର୍ବରୁ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ମତଦାନ ସାବ୍ୟସ୍ତ ଲାଗି ସମସ୍ତଙ୍କୁ ସାମିଲ କରିବା ଲକ୍ଷ୍ୟ ନେଇ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦେଶକ୍ରମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି। ଶ୍ରୀ କୁମାର ରାଜ୍ୟର ସମସ୍ତ ବିଭାଗ ସଚିବ, ସବୁ ମୁଖ୍ୟଦପ୍ତର ମୁଖ୍ୟ, ରାଜସ୍ବ କମିଶନର ଓ ବିଭିନ୍ନ କର୍ପୋରେଟ ଏବଂ ପିଏସୟୁକୁ ପତ୍ରଲେଖି ଅବଗତ କରାଇଛନ୍ତି ଯେ ଲୋକସଭା ନିର୍ବାଚନରେ ଯେଭଳି ଚାକିରିଆମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ସେଥିପାଇଁ ସୁଯୋଗ ପ୍ରଦାନ କର।
ଭାରତର ନିର୍ବାଚନ ଆୟୋଗ ଏନେଇ ମାର୍ଚ୍ଚ ୨୨ରେ ସବୁ ରାଜ୍ୟକୁ ପତ୍ର ଲେଖି ନିର୍ଦେଶନାମା ଜାରି କରିଛନ୍ତି। ସେଥିରେ ଦର୍ଶାଯାଇଛି ଯେ ଯଦି ଜଣେ ବ୍ୟକ୍ତି ସରକାରୀ ଚାକିରିଆ ହୋଇଥିବ ତେବେ ତାକୁ ଛୁଟି ମିଳିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେଉଛି। ଚଳିତମାସ ୧୧, ୧୮, ୨୩ ଓ ୨୯ରେ ହେବାକୁ ଥିବା ନିର୍ବାଚନବେଳେ ଜନମତ ଆଇନ ୧୯୫୧ ଅନୁଯାୟୀ ପ୍ରତ୍ୟେକ ସରକାରୀ ଚାକିରିଆଙ୍କୁ ସବୈତନିକ ଛୁଟି ମିଳିବ। ସେହିପରି ଯେଉଁମାନେ ବିଭିନ୍ନ ଟ୍ରେଡ କମ୍ପାନୀ, ଶିଳ୍ପ ଓ କଳାକାରଖାନାରେ ଚୁକ୍ତିଭିତ୍ତିକ ଚାକିରି କରିଥିବେ ସେମାନଙ୍କୁ ମଧ୍ୟ ସବୈତନିକ ଛୁଟି ଦେବାକୁ ଶ୍ରୀ କୁମାର ଦର୍ଶାଇଛନ୍ତି। ଏହାବାଦ୍ ଅନ୍ୟାନ୍ୟ କର୍ପୋରେଟ କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଥିବେ ସେମାନଙ୍କୁ ମଧ୍ୟ ସଂପୃକ୍ତ ସଂସ୍ଥା ଆୟୋଗଙ୍କ ନିର୍ଦେଶନାମାକୁ ଠିକଣା ଭାବେ ପାଳନ କରିବାକୁ ସେ ଦର୍ଶାଇଛନ୍ତି।

Comments are closed.