ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତି ପାଇଁ ‘ସୁନନ୍ଦା ସମ୍ମାନ’ ଓ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ସୁନନ୍ଦା ଚେୟାର’ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କୁ ସମ୍ମାନ ଜଣାଇବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ସୁନନ୍ଦା ଚେୟାର’ ପ୍ରତିଷ୍ଠା କରାଯିବ ସହ ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।ଏହା ସହ ପୁରୀ ଓ କଟକରେ ଥିବା ତାଙ୍କ ବାସଭବନକୁ ପରିବାର ଲୋକଙ୍କ ଅନୁମତି କ୍ରମେ ସ୍ମୃତି ସଦନ ଭାବେ ବିକଶିତ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ସୁନନ୍ଦା ପଟ୍ଟନାୟକ ବ୍ୟବହାର କରୁଥିବା ବିଭିନ୍ନ ବାଦ୍ୟଯନ୍ତ୍ରକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସ୍ୱତନ୍ତ୍ର ଗ୍ୟାଲେରୀରେ ରଖିବାର ବ୍ୟବସ୍ଥା କରାଯିବ। ଆସନ୍ତାକାଲି ସ୍ୱର୍ଗତ ସୁନନ୍ଦାଙ୍କ ସ୍ମୃତିଚାରଣ କରିବାକୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ଶୋକସଭା ଅନୁଷ୍ଠିତ ହେବ।

Comments are closed.