ଆଜି ସନ୍ଧ୍ୟା ୫ଟାରେ ବସିବ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ, କରୋନା ସ୍ଥିତିକୁ ଦେଖି ଆସିପାରେ ବଡ ନିଷ୍ପତ୍ତି

ଭୁବନେଶ୍ବର : ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ। ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ଏହି ବୈଠକରେ କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି।
ସୂଚନାନୁଯାୟୀ, ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ନିବାସରୁ ସାମିଲ ହେବେ। ଭୁବନେଶ୍ବରେର ଥିବା ମନ୍ତ୍ରୀମାନ ଲୋକସେବା ଭବନରେ ଏବଂ ଭୁବନେଶ୍ବର ବାହାରେ ଥିବା ଅନ୍ୟ ମନ୍ତ୍ରୀମାନେ ନିଜ ଜିଲାରେ ଜିଲାପାଳଙ୍କ ଭିଡିଓ କନଫରେନସିଂ ପ୍ରକୋଷ୍ଠରୁ ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି। ରାଜ୍ୟରେ ଦ୍ରୁତ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ବଡ଼ ନିଷ୍ପତ୍ତି ହେବାର ଆଶଙ୍କା କରାଯାଉଛି ।