ବିଭୁତି ପଟ୍ଟନାୟକ, ସୁଧାଂଶୁ ରଥ ହେଲେ ଓପିଏସ୍‌ସି ନୂଆ ସଦସ୍ୟ

ଭୁବନେଶ୍ବର: ସମବାୟ ସମିତିର ପୂର୍ବତନ ରେଜିଷ୍ଟ୍ରାର୍‌ ବିଭୂତି ଭୂଷଣ ପଟ୍ଟନାୟକ ଏବଂ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ସୁଧାଂଶୁ ଶେଖର ରଥଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ନୂଆ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଧିସୂଚନା ସଂଖ୍ୟା ୧୯୧୨୧/ଜେନ୍‌ ୨୧.୦୮.୨୦୨୦ରିଖ ଏବଂ ଅଧିସୂଚନା ସଂଖ୍ୟଶ ୧୯୧୨୮/ଜେନ୍‌ ୨୧.୦୮.୨୦୨୦ରିଖ ଦ୍ବାରା ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରତ୍ୟାଶା ପୂର୍ବକ ନିଯୁକ୍ତି ଦିଆଯାଇଛି। ରାଜ୍ୟ କ୍ୟାବିନେଟ୍‌ ଆଜିର ବୈଠକରେ ଲୋକସେବା ଆୟୋଗରେ ବିଭୂତି ଭୂଷଣ ପଟ୍ଟନାୟକ ଏବଂ ପ୍ରଫେସର ସୁଧାଂଶୁ ଶେଖର ରଥଙ୍କର ନିଯୁକ୍ତିକୁ ଅନୁମୋଦନ କରାଯାଇଛି।

Comments are closed.