ଆଜି ରାଜ୍ୟ କ୍ୟାବିନେଟ : ଆସିପାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଆଇନ

ଭୁବନେଶ୍ୱର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ସନ୍ଧ୍ୟାରେ ବସିବ। ମହାମାରୀ କରୋନା ପାଇଁ ପୂର୍ବ ଭଳି ଏହି ବୈଠକ ଭିଡିଓ କନଫରେନ୍ସିଂ ଯୋଗେ ହେବ । ଅପରାହ୍ଣ ୬ଟା ୪୫ରେ ବସିବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ।

ବୈଠକରେ ୧୧ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଅଣାଯିବାକୁ ରହିଛି। ଏହାବାଦ୍ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପାଇଁ ସ୍ବତନ୍ତ୍ର ଆଇନ ଅଣାଯିବାକୁ ପ୍ରସ୍ତାବ ରହିଛି। ଫୁଲବାଣୀ ଓ କୋରାପୁଟ ମେଡିକାଲ କଲେଜ ପାଇଁ ହଜାରେ କୋଟିର ଟେଣ୍ଡର ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ । ବରଗଡ଼ରେ ୨ଟି ପାନୀୟ ଜଳ ପ୍ରକଳ୍ପ ସହ ଗୃହ, ସାଧାରଣ ପ୍ରଶାସନ ଓ ଜଳ ସମ୍ପଦ ବିଭାଗର କେତେକ ପ୍ରସ୍ତାବ, ଆଇନ ବିଭାଗ ସହିତ ସ୍ବାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ ବିଭାଗର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିପାରେ ବୋଲି ଜନୈକ ବରି‌ଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.